ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ । ବରଗଡ଼ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ଜାନୁଆରୀ 25 ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦେବୀ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବରଗଡର ହାଟପଦା ସଞ୍ଚାର ପଡିଆଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା। ସ୍ଥାନୀୟ ତଳିପଡା ସ୍ଥିତ ବରଗଡ଼ର ଇଷ୍ଟଦେବୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ପଡିଆକୁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଉପଜିଲ୍ଲାପାଳ  ଏବଂ ଏଡିଏମ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ଵାରା ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା ଜାନୁୟାରୀ ୧୫ରେ ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇ ଏହା ଜାନୁୟାରୀ ୨୫ ତାରିଖରେ ଶେଷ ହେବ।