ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଦ୍ବାପର ଯୁଗକୁ ଫେରିଯିବ ବରଗଡ଼

1 min read

ବରଗଡ଼ : ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବ ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ । ଦ୍ବାପର ଯୁଗଖୁ ଫେରିଯିବ ବରଗଡ଼ । ନାଟକ ପାଇଁ ପାଇଁ ସହରର ବିଭିନ୍ନ ଅଞ୍ଚଳ ପାଲଟିଯିବ ଦ୍ବାପର ଯୁଗର ଭୂଇଁ । ବରଗଡ଼ ପାଲଟିବ ମଥୁରାନଗରୀ, ଅମ୍ବାପାଲି ହେବ ଗୋପପୁର। ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ଜୀରାନଦୀ ପାଲିଟିବ ଯମୁନା ନଦୀ । ମଥୁରାନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ନିର୍ଦ୍ଦେଶରେ ଶାସିତ ହେବ ମଥୁରା । କୃଷ୍ଣ ବଳରାମ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବମୁଖର ହୋଇ ଉଠିବ ଗୋପପୁର ।

ଉଭୟ ବରଗଡ଼ର ଗୋପପୁର ଓ ମଥୁରାରେ ଲାଗିଛି ଗହଳି । ଓଟ ଓ ହାତୀ ପହଞ୍ଚିସାରିଥିବା ବେଳେ ମିନା ବଜାର ସାଙ୍ଗକୁ ରଙ୍ଗୀନ ଆଲୋକର ସାଜସଜ୍ଜାରେ ଝଲସୁଛି ବରଗଡ଼ ଓ ଅମ୍ବାପାଲି । ଇଲେକ୍ଟ୍ରି ଝୁଲଣା ଓ ଲେଜର ଶୋ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ଯାତ୍ରାକୁ ୭୫ ବର୍ଷ ପୂରୁଥିବାରୁ ଧୁମଧାମରେ ପାଳନ କରାଯାଉଛି ହୀରକ ଜୟନ୍ତୀ ।