spot_img

Latest Posts

ପିଲାଦିନେ ରାମାୟଣ ଓ ମହାଭାରତ ଶୁଣୁଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ୍: ଅନ୍ୟଦେଶକୁ ପ୍ରଭାବିତ କରେ ଭାରତର ଧାର୍ମିକ ଶାସ୍ତ୍ର । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଆଉ ଭାରତ ପ୍ରତି ଥିବା ତାଙ୍କର ଆତ୍ମୀୟତା ମଧ୍ୟ ସେ ପ୍ରକାଶ କରିଛନ୍ତି । ଆଉ ତାଙ୍କ ପିଲାଦିନ କଥା ମନେ ପକାଇ ସେ ହିନ୍ଦୁ ଶାସ୍ତ୍ର ମହାଭାରତ ଆଉ ରାମାୟଣ କାହାଣୀକୁ ନେଇ ରଖିଛନ୍ତି ତାଙ୍କ ମତ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଯେ, ସେ ପିଲାଦିନେ ଇଣ୍ଡୋନେସିଆରେ ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତର କାହାଣୀ ଶୁଣୁଥିଲେ । ତେଣୁ ତାଙ୍କ ମନରେ ଭାରତରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଓବାମା ‘ଏ ପ୍ରମିସଡ୍ ଲ୍ୟାଣ୍ଡ’ ପୁସ୍ତକରେ ଭାରତ ପ୍ରତି ଥିବା ଆକର୍ଷଣ ବିଷୟରେ ଲେଖିଛନ୍ତି । ସେ କହିଥିଲେ, ‘ବୋଧହୁଏ ଏହା ତାର (ଭାରତ) ଆକାର (ଯାହା ଆକର୍ଷିତ କରିଥାଏ), ଯାହା ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ବାସ କରନ୍ତି , ଯେଉଁଠାରେ ପ୍ରାୟ ଦୁଇ ହଜାର ବିଭିନ୍ନ ଜାତି ସମ୍ପ୍ରଦାୟ ଲୋକ ବାସ କରନ୍ତି ଏବଂ ଯେଉଁଠାରେ ସାତ ଶହରୁ ଅଧିକ ଭାଷା ପ୍ରଚଳିତ । ‘ ଓବାମା କହିଛନ୍ତି ଯେ ସେ ୨୦୧୦ରେ ରାଷ୍ଟ୍ରପତି ଭାବରେ ଭାରତ ଗସ୍ତ କରିଥିଲେ ଏବଂ ଏହା ପୂର୍ବରୁ ସେ କେବେ ଭାରତ ଗସ୍ତ କରିନାହାଁନ୍ତି କିନ୍ତୁ ମୋ କଳ୍ପନାରେ ଏହି ଦେଶ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲା ‘।

ଓବାମା କହିଛନ୍ତି, ‘ଏହାର ଏକ କାରଣ ହୋଇପାରେ ଯେ, ମୁଁ ମୋର ପିଲାଦିନର କିଛି ସମୟ ଇଣ୍ଡୋନେସିଆରେ ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତର ଶୁଣିବାରେ ବିତାଇଥିବାର କିମ୍ବା ହୁଏତ ପୂର୍ବ ଧର୍ମ ପ୍ରତି ମୋର ଥିବା ଆଗ୍ରହ କିମ୍ବା କଲେଜରେ ମୋର ପାକିସ୍ତାନୀ ଭାରତୀୟ ବନ୍ଧୁଙ୍କ ପାଇଁ ହୋଇପାରେ ଯେଉଁମାନେ ମୋତେ ଡାଲି ଏବଂ କିମା ତିଆରି କରିବା ଶିଖାଇଥିଲେ ଏବଂ ମୋତେ ବଲିଉଡ ଚଳଚ୍ଚିତ୍ର ଦେଖାଇଥିଲେ ।

ଏ ପ୍ରମିସଡ ଲ୍ୟାଣ୍ଡ’ରେ, ଓବାମା ୨୦୦୮ର ନିର୍ବାଚନୀ ପ୍ରଚାର ଅଭିଜାନଠୁ ନେଇ ରାଷ୍ଟ୍ରପତି ଭାବେ ନିଜର ପ୍ରଥମ କାର୍ଯ୍ୟକାଳ ଶେଷ ହେବା ପରେ ଆବୋଟାବାଦ (ପାକିସ୍ତାନ)ରେ ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ଅଭିଯାନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ପୁସ୍ତକର ଦ୍ୱିତୀୟ ଭାଗ ମଧ୍ୟ ଆସିବ ।

ବାରାକ ଓବାମା ଏହା ମଧ୍ୟ କହିଛନ୍ତି ଯେ, ଭାରତ ପ୍ରତି ତାଙ୍କର ଆକର୍ଷିତ ହେବାର ମୁଖ୍ୟ କାରଣ ହେଉଛି ମହାତ୍ମା ଗାନ୍ଧୀ । ଆମେରିକାର ରାଷ୍ଟ୍ରପତି ଭାବେ ଦୁଇଥର ଭାରତ ଆସିଛନ୍ତି ଓବାମା । ସେ ଏହା ମଧ୍ୟ କହିଛନ୍ତି ‘ଭାରତ ପ୍ରତି ମୋର ଆକର୍ଷଣର ସବୁଠାରୁ ବଡ କାରଣ ହେଉଛି ମହାତ୍ମା ଗାନ୍ଧୀ । ତେବେ (ଅବ୍ରହାମ) ଲିଙ୍କନ୍, (ମାର୍ଟିନ୍ ଲୁଥର୍) କିଙ୍ଗ ଏବଂ (ନେଲସନ) ମଣ୍ଡେଲାଙ୍କ ସହ ଗାନ୍ଧୀ ମୋର ଚିନ୍ତାଧାରାକୁ ବହୁତ ପ୍ରଭାବିତ କରିଥିଲେ। ‘

Latest Posts

Don't Miss