କଟକ : ବାରବାଟୀ ଟିକଟ ପାଇଁ ବଡ଼ କସରତ। ଷ୍ଟାଡିଅମ ଆଗରେ ଅସମ୍ଭାଳ ଭିଡ଼। କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚର ଟିକଟ ପାଇଁ ଏହି ଭିଡ଼ ହୋଇଛି। ଗତ ରାତିରୁ ହି ହଜାର ହଜାର କ୍ରିକେଟ ପ୍ରେମୀ ବାଟବାଟୀ ଆଗରେ ଜମା ହୋଇଥିଲେ। ଆଜି କାଉଣ୍ଟରରେ ଅଫଲାଇନ ଟିକଟ ବିକ୍ରି ହେଉଛି। ୬ଟି କାଉଣ୍ଟରରେ ୧୦ ହଜାର ଟିକେଟ ବିକ୍ରି କରାଯିବ। ଏବେ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଭିଡ଼କୁ ଦୃଷ୍ଟିର ରଖି ସ୍ବତନ୍ତ୍ର ଲୁହା ବାରିକେଡ କରାଯାଇଛି । ଜଣକ ପିଛା ଦୁଇଟି ଟିକେଟ ନେଇପାରିବେ। ଦର୍ଶକ ଧାଡ଼ିରେ ଆସି ନିଜର ପରିଚୟପତ୍ର ଦେଖାଇ ଦୁଇଟି ଟିକେଟ କିଣି ପାରିବେ।

