ବାରବାଟୀରେ ଦେଖିବାକୁ ମିଳିବ ବିରାଟଙ୍କ ବ୍ୟାଟିଂ, ଜୟସ୍ବାଲଙ୍କ ବଦଳରେ ଖେଳିବେ
1 min read![](https://nandighoshatv.com/wp-content/uploads/2025/02/virat-1-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ବାରବାଟୀରେ ଖେଳାଯାଉଛି ଦ୍ବିତୀୟ ଦିନିକିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତିଛି ଭ୍ରମଣକାରୀ ଦଳ । ତେବେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଇଂଲଣ୍ଡ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବିରାଟଙ୍କ ବ୍ୟାଟିଂ ଦେଖିବାକୁ ଓଡ଼ିଶା କ୍ରିକେଟପ୍ରେମୀ ଚାହିଁ ବସିଥିଲେ । ଆଉ ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ପ୍ରଥମ ଦିନିକିଆରେ ଖେଳି ନଥିବା କୋହଲି କିନ୍ତୁ ଆଜି ଖେଳିବାର ସୁଯୋଗ ପାଇଛନ୍ତି । ତାଙ୍କୁ ବାରବାଟୀରେ ସୁଯୋଗ ମିଳିଥିବାବେଳେ ଜୟସ୍ବାଲ ବସିଛନ୍ତି । ସେପଟେ ରୋହିତଙ୍କ ସହ ଗିଲ ଓପନିଂ କରିବେ । କୋହଲି ତୃତୀୟ ସ୍ଥାନରେ ଖେଳିବେ ବୋଲି କୁହାଯାଉଛି । ସେପଟେ ବାରବାଟୀରେ ଡେବ୍ୟୁ କରିବେ ବରୁଣ ଚକ୍ରବର୍ତ୍ତୀ । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ସ୍ଥାନ ପାଇଛନ୍ତି । ଭାରତୀୟ ଦଳରେ ଏହି ୨ଟି ପରିବର୍ତ୍ତନ ହୋଇଥିବାବେଳେ ଇଂଲଣ୍ଡ ଆଜି ୩ଟି ପରିବର୍ତ୍ତନ କରିଛି ।