କଟକ ବିଜେପିରେ ବିଦ୍ରୋହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ବିରୋଧ

କଟକ: କଟକ ବାରବାଟୀ ବିଜେପିରେ ବିଦ୍ରୋହ। କଟକ ଟିକେଟ ବଣ୍ଟନ ପ୍ରକ୍ରିୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ଅନେକ କର୍ମୀ। ମନ୍ତ୍ରୀଙ୍କୁ କଟକରେ ପୁରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଛନ୍ତି ଖୋଦ ବିଜେପି ଦଳର କର୍ମୀ। କଟକ ବାରବାଟୀ ନିର୍ବାଚନମଣ୍ଡଳିରେ ବିଜେପି କର୍ମୀ ମାନଙ୍କ ମଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ଦୁଇ ଦିନ ତଳେ କଟକ ଗାନ୍ଧୀ ଭବନରେ ଅନୁଷ୍ଠିତ ବିଜେପିର ଅନୁଷ୍ଠିତ ଏକ ଗୁପ୍ତ ବୈଠକରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ବୈଠକରେ ରାଜ୍ୟ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ। ଏହି ବୈଠକରେ ହୋହାଲ୍ଲା ହୋଇଥିଲା। କଟକ ନଗରର ଶତାଧିକ କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଜଥା ହସ୍ତକ୍ଷେପ ସହ ଅନୁଭବ ମହାନ୍ତି,  ଅରିନ୍ଦମ ରାୟଙ୍କ ପକ୍ଷରୁ ଗଗନ ଓଝାଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଥିଲା। ପୂର୍ବତନ ସମୀର ଦେଙ୍କ ଗୋଷ୍ଠୀ ରାଜ୍ୟ ବିଜେପି ନେତାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳର ଜଣେ ପୁରଖା ନେତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।