ଉଦଳାରେ ବାର୍‌ ସିଲ୍, ଆବଶ୍ୟକତା ଠାରୁ ଅଧିକ ପରିମାଣର ମଦ ରଖାଯାଇ ବିକ୍ରି କରାଯାଉଥିବା ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳାରେ ବାର୍‌ ସିଲ୍ । ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ । ବସଷ୍ଟାଣ୍ଡ ନିକଟରେ ଥିବା ରେନବ ବାର୍‌ରେ ବେଆଇନ ଭାବେ ଆବଶ୍ୟକତା ଠାରୁ ଅଧିକ ପରିମାଣର ମଦ ରଖାଯାଇ ବିକ୍ରି କରାଯିବା ଅଭିଯୋଗ ପରେ ଉଦଳା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ରାତିରେ ଚଢ଼ାଉ କରିଥିଲେ ।

ଚଢ଼ାଉ ବେଳେ ପୋଲିସ ଏବଂ ଅବକାରୀ ବିଭାଗ ବାର୍‌ରେ ଥିବା ମଦ ଷ୍ଟକର ହିସାବ ମାଗିଥିଲେ । ବାର୍ କର୍ମଚାରୀମାନେ ଷ୍ଟକ ଦେଖାଇ ପାରିନଥିଲେ । ଫଳରେ ବାରକୁ ସିଲ କରାଯାଇଛି । ଲକ୍ଷ ଲକ୍ଷ ଟଙ୍କାର ବେଆଇନ ଭାବେ ମଦ ଷ୍ଟକ ରଖି ବିକ୍ରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।