ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବା ପ୍ରସଙ୍ଗ, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ବିରୋଧ

1 min read

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ବିରୋଧ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଏନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସଂକଳ୍ପ ପାରିତ କରିଛି । ପ୍ରସ୍ତାବରେ ସମଲିଙ୍ଗୀ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ସମଲିଙ୍ଗୀ ବିବାହର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ-ଧାର୍ମିକ ଗୋଷ୍ଠୀକୁ ସାମିଲ କରି ବିସ୍ତୃତ ପରାମର୍ଶ ପରେ ସମାଧାନ କରାଯାଉ ।

ଏହି ପ୍ରସଙ୍ଗରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ଦିଲ୍ଲୀର ସଭାପତି କହିଛନ୍ତି ଯେ, ଭାରତ ଭଳି ଦେଶରେ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇପାରିବା ନାହିଁ | ଏହା ଆମ ଦେଶ ଉପରେ ଖରାପ ପ୍ରଭାବ ପକାଇବ | ସୁପ୍ରିମକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯିବ  । ୯୯.୯ ପ୍ରତିଶତରୁ ଅଧିକ ଲୋକ ସମଲିଙ୍ଗୀ ବିବାହକୁ ବିରୋଧ କରୁଛନ୍ତି | ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ବେଞ୍ଚ ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରୁଛନ୍ତି  । ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବା ବେଲେ ବାର କାଉନସିଲ ଅଫ ଇଣ୍ଡିଆର ଏଭଳି ସଂକଳ୍ପ ଏକ ଭିନ୍ନ ଧାରଣା ସୃଷ୍ଟି କରିଛି।