spot_img

Latest Posts

ଆଜି ରାଜ୍ୟ ବାର୍ କାଉନସିଲ କାର୍ଯ୍ୟବନ୍ଦ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଆଜି ରାଜ୍ୟ ବାର୍ କାଉନସିଲ କାର୍ଯ୍ୟବନ୍ଦ ଆନ୍ଦୋଳନ। ବ୍ରହ୍ମପୁରରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ବାର୍ କାଉନସିଲ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ସେପଟେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସର ତନାଘନା ଜାରି। ବିଭିନ୍ନ ଦିଗକୁ ନେଇ ପୋଲିସ ଛାନବିନ କରୁଛି। ପୋଲିସକୁ କିଛି ସୁରାକ ମିଳିଥିବା ଜଣାପଡିଛ। ଏହି ତଥ୍ୟକୁ ନେଇ ତଦନ୍ତ ଚଳାଇଛି ପୋଲିସ। ଗତକାଲି ଆଇନଜୀବୀ ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ବ୍ରହ୍ମପୁର ଗେଟ ବଜାର ନିକଟ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ସୋମବାର ରାତି ୧୦ଟା ବେଳେ ଗିରି ମାର୍କେଟରେ ଥିବା ଚାମ୍ବରରୁ ବ୍ରହ୍ମାନଗର ସ୍ଥିତ ଘରକୁ ସ୍କୁଟି ଯୋଗେ ଫେରୁଥିଲେ। ଘର ଆଉ ଶହେ ମିଟର ଦୂର ଥିବାବେଳେ ୨ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅଚାନକ ଗୁଳିମାଡ଼ କରିଥିଲେ।

ଗୁଳିମାଡ଼ ପରେ ପୀତବାସ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କର ଛାତିରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୀତବାସ ବିଜେପିର ସକ୍ରିୟ ସଦସ୍ୟ ଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲା ଜଣାପଡ଼ିନି। ସେ ରାଜ୍ୟ ଆଇନଜୀବୀ ପରିଷଦର ମଧ୍ୟ ସଦସ୍ୟ ଥିଲେ। ଛାତ୍ରାବସ୍ଥାରୁ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିକୁ ଆସିଥିଲେ। ପରେ ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ସକ୍ରିୟ ଥିଲେ।୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କର ଅତି ନିକଟତର ଥିଲେ ପୀତବାସ ପଣ୍ଡା। ବ୍ରହ୍ମପୁରର ଜଣେ ଆଗଧାଡ଼ିର ଓକିଲ ଭାବେ ମଧ୍ୟ ସେ ପରିଚିତ ଥିଲେ। ପୀତବାସ ପଣ୍ଡାଙ୍କ ନିଜ ଘର ହିଂଜିଳି ଅନ୍ତର୍ଗତ ପିତଳ ଗାଁରେ।

Latest Posts

Don't Miss