ଶେଷ ଯାତ୍ରାରେ ବାପି ଦା’, ମୁମ୍ବାଇର ପବନହଂସ ଶ୍ମଶାନରେ ହେବ ଶେଷକୃତ୍ୟ

ମୁମ୍ବାଇ: ଆଉ କିଛି ସମୟ ପରେ ପଞ୍ଚଭୂତରେ ଲୀନ ହେବେ ଡିସ୍କୋ କିଙ୍ଗ୍ ବାପି ଲାହିରି । ଗତକାଲି ୬୯ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାପି ଦା’ । ବାପି ଲାହିରିଙ୍କ ପୁଅ ଆମେରିକାରେ ରହୁଥିବାରୁ ସେ ଆସିବା ପରେ ହିଁ ବାପି ଦା’ଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଗତକାଲି ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପୁଅ ଆମେରିକାରୁ ଫେରିଛନ୍ତି । ଆଉ କିଛି ସମୟ ପରେ ମୁମ୍ବାଇର ପବନହଂସ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ହେବ ।