ଆଉ ନାହାନ୍ତି ବଲିଉଡ କଣ୍ଠଶିଳ୍ପୀ ବାପି ଲାହିରି
1 min read
ମୁମ୍ବାଇ: ପରଲୋକରେ ଭେଟେରାନ୍ ସିଙ୍ଗର ଓ କମ୍ପୋଜର ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବାପି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ବାପି ନିଜର ଭିନ୍ନ ଶୈଳୀ ପାଇଁ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶେଷଥର ପାଇଁ ବାପି ଲାହିରି ବାଗି-୩ ପାଇଁ ମ୍ୟୁଜିକ କମ୍ପୋଜ୍ କରିଥିଲେ । ବାପି ଲାହିରି ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ କମ୍ପୋଜ୍ କରି ଖୁବ ପ୍ରସିଦ୍ଧ ଲାଭ କରିଥିଲେ । ବଲିଉଡରେ ଡିସ୍କୋ କିଙ୍ଗ ଭାବରେ ବେଶ୍ ପରିଚିତ ଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ନିଜ ଛାପ ଛାଡିଛନ୍ତି ବାପି । ଓଡ଼ିଆ ଚଳଚ୍ଚିତ୍ର ‘ମିଛ ମାୟା ସଂସାର’ରେ ବାପି ଲାହିରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
Singer-composer Bappi Lahiri dies in Mumbai hospital, says doctor
— Press Trust of India (@PTI_News) February 16, 2022