spot_img

Latest Posts

ତେଜିଲା ବଂଶଧାରା ନଦୀ ଜଳ ବିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଗୁଣୁପୁର: ବଂଶଧାରା ନଦୀ ଜଳକୁ ନେଇ ତେଜିଲା ବିବାଦ। ପାଣି ଡଙ୍ଗର ପ୍ରକଳ୍ପ କରିବା ନେଇ ଦାବିପତ୍ର ପ୍ରଦାନ। ଅନେକ ବର୍ଷ ଧରି ବଂଶଧାରା ଜଳ ବିବାଦ ଲାଗି ରହିଥିବାବେଳେ ଆନ୍ଧ୍ର ଓଡ଼ିଶାର ଏହି ବିବାଦ ଉପରେ ଟ୍ରିବୁନାଲ୍ ଆନ୍ଧ୍ର ସପକ୍ଷରେ ରାୟ ପ୍ରକାଶ କରିଛି। ଏହାକୁ ନେଇ ଅଞ୍ଚଳରେ ତିବ୍ର ଅସୋନ୍ତୋଷ ଦେଖାଦେଇଛି। ବଂଶଧାରା ନଦୀର ଉପର ମୁଣ୍ଡରେ ବହୁବର୍ଷ ତଳେ ଯେଉଁ ପାଣିଡଙ୍ଗର ପ୍ରକଳ୍ପ ପାଇଁ ଯୋଜନା କରାଯାଇଥିଲା ତାକୁ ତ୍ୱରାନ୍ୱିତ କରାଯିବା ସହ ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ଆଜି ଗୁଣୁପୁର ଓକିଲ ସଂଘ ଓ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

ଓକିଲ ସଂଘ ସଭାପତୀ ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ଓକିଲମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀର ଜିଲ୍ଲା ସଂମ୍ପାଦକ ତିରୁପତୀ ଗମାଙ୍ଗଙ୍କ ନେତୃତ୍ୱରେ କର୍ମୀମାନେ ବଂଶଧାରା ନଦୀରେ ପାଣିଡଙ୍ଗର ପ୍ରକଳ୍ପ କରିବା ନେଇ ପ୍ରଧାନ ମନ୍ତ୍ରୀ, କେନ୍ଦ୍ର ଜଳ ସଂମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳ ସେଚନ ସଚିବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

Latest Posts

Don't Miss