ବିପଦ ସଙ୍କେତ ଉପରେ ଜଳକା ଓ ବଂଶଧାରା

1 min read

ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱା‌ର୍ଣ୍ଣିଂ ଜାରି ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ଓ ୪୬ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଅତ୍ୟଧିକ ବର୍ଷା କାରଣରୁ ବାଲେଶ୍ବର ଜିଲ୍ଲାର ଜଳକା ଏବଂ ଗଜପତି ଜିଲ୍ଲାର ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିଲା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୦୦ ମିଟରରେ ଜଳ ପ୍ରବାହିତ ହେଉଛି । ସେହିପରି ଗଜପତି ଜିଲ୍ଲା କାଶିନଗର ନିକଟରେ ବିପଦ ସଙ୍କେତ ୫୪.୭୧ ମିଟର ଉପରେ ରହିଛି ।

ଜଳକା ନଦୀର ଉପର ମୁଣ୍ତରେ ପ୍ରବଳ ବର୍ଷା ହୋଇଥିବାରୁ ଏବେ ଘଣ୍ଟା ପ୍ରତି ୦.୧୦ ମିଟର ରେ ଜଳସ୍ତର ବଢିବାରେ ଲାଗିଛି । ଯାହା ଫଳରେ ତଳିଆ ଅଞ୍ଚଳରେ ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବା ବେଳେ ଲୋକେ ବନ୍ୟା ଆଶଙ୍କାରେ ରହିଛନ୍ତି ।

  ')}

Leave a Reply