spot_img

Latest Posts

ବାଇକକୁ ଧକ୍କା ଦେଇ ୧୦୦ମିଟର ଘୋଷାଡ଼ି ନେଲା ଆମ ବସ

ବାଙ୍କୀ : ପୁଣି ଓଭର ଟେକିଂ ବେଳେ ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକକୁ ଧକ୍କା ଦେଇ ୧୦୦ମିଟର ଘୋଷାଡ଼ି ନେଲା ଆମ ବସ । ଗତକାଲି ରାତିରେ ବାରଙ୍ଗ ଥାନା ମଧୁବନ ଛକ ନିକଟରେ ଘଟିଛି ଦୁର୍ଘଟଣା ।  ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ବାରଙ୍ଗ ଦେଉଳି ଗାଁର। ବାରଙ୍ଗରୁ ଘରକୁ ଫେରୁଥିବାବେଳେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ୧୨ ନମ୍ବର ଆମ ବସ  ଓଭରଟେକ କରିବା ସହ ଧକ୍କା ଦେଇଥିଲା। ଧକ୍କା ଦେବା ପରେ କିଛି ବାଟ ବାଇକ ଚାଳକଙ୍କୁ ମଧ୍ୟ ଘୋଷାଡ଼ି ନେଇଥିଲା। ଫଳରେ ବାଇକ ଚାଳକଙ୍କ ମୁଣ୍ଡ ,ହାତ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି।   ଆମ ବସକୁ ଅଟକାଇବା ସହ ବସ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆମ ବସ ଓ ଡ୍ରାଇଭରକୁ ଥାନାରେ ଅଟକ ତଦନ୍ତ ଜାରି ରଖିଛି ।

Latest Posts

Don't Miss