spot_img

Latest Posts

ଅକ୍ଟୋବର ୧୭ରୁ ବାଙ୍କୀ ମହୋତ୍ସବ ଆରମ୍ଭ

ବାଙ୍କୀ: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ ବାଙ୍କୀ ମହୋତ୍ସବ । ବାଙ୍କୀ ମହୋତ୍ସବକୁ ମହାସମାରୋହରେ ପାଳନ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନିକ ସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ଏହି ସମୟରେ ମାଆ ଚର୍ଚ୍ଚିକା ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ କରିବା, ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାଟ ନ କରିବା, ଅସ୍ଥାଇ ଶୌଚାଳୟ ସ୍ଥାପନ, ଏନଏସି ତରଫରୁ ମହୋତ୍ସବ ପଡିଆ ସଫା କରିବା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବାକୁ ଉପଜିଲ୍ଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଡମପଡା ବ୍ଲକ ବିଡ଼ିଓ ଅଂଶୁମାନ ଦାସ, ବାଙ୍କୀ ବ୍ଲକ ଅଧ୍ୟକ୍ଷା  ପୁଷ୍ପଲତା ସାମନ୍ତ, ବିଜ୍ଞାପିତ ଅଞ୍ଚଳ ପରିଷଦ ବାଙ୍କୀର ଅଧକ୍ଷା ମାଣିକ ସାହୁ, ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ, ବାଙ୍କୀ ଥାନା ଆଇଆଇସି ଶିବଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss