ୟୁଟ୍ୟୁବ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା

ବାଙ୍କୀ: ୟୁଟ୍ୟୁବ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା। ବାଙ୍କୀ ମାଟିରେ ଫଳିଲା ବେଦେଶୀ ଫଳ। ୟୁଟୁବ ଦେଖି ଡ୍ରାଗନ ଫ୍ରୁଟ ଚାଷ କଲେ ଶଶାଙ୍କ ପରିଡା । ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଜଣ ଶ୍ରମିକଙ୍କୁ ଦେଇଛନ୍ତି ରୋଜଗାର।

ଓଡିଶାରେ ବି ହେଉଛି ବିଦେଶୀ ଫଳ । ସୁହାଉଛି ଅନୁକୂଳ ପରିବେଶ । ବାଙ୍କୀ ଡମପଡା ଅଞ୍ଚଳର ଶଶାଙ୍କ ପରିଡା । ୟୁଟ୍ୟୁବ ଦେଖି ବାଙ୍କୀ ମାଟିରେ ବିଦେଶୀ ଡ୍ରାଗନ ଫ୍ରୁଟ ଚାଷ କରି ସ୍ବାବଲମ୍ବୀ ପାଲଟିଛନ୍ତି ଶଶାଙ୍କ ପରିଡା । ପ୍ରଥମେ ସେ ୫ରୁ ୭ ଏକର ଜମିରେ ୩୦୦୦ ଡ୍ରାଗନ ଚାରା ଲଗାଇଥିଲେ । ଯାହା ୮ରୁ ୯ ମାସ ମଧ୍ୟରେ ଡ୍ରାଗନ ଫଳିବା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଶଶାଙ୍କ ୩୦ରୁ ୪୦ କିଲୋ ଡ୍ରାଗନ ଫ୍ରୁଟ ଅମଳ କରିଥିବା ବେଳେ ବର୍ତ୍ତମାନ ୩ କ୍ୱିଣ୍ଟାଲରୁ ଅଧିକ ଡ୍ରାଗନ ଫ୍ରୁଟ ଅମଳ ହେଉଥିବା ନେଇ ଶଶାଙ୍କ କହିଛନ୍ତି ।

ଡ୍ରାଗନ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସାଙ୍ଗକୁ ୧୦ଜଣ ଶ୍ରମିକଙ୍କୁ ରୋଜଗାର ଦେଇଛନ୍ତି ଶଶାଙ୍କ । ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏହି ଡ୍ରାଗନ ଚାଷ ପଛରେ ରହିଛି ତାଙ୍କ ପିଲା ଦିନର ବନ୍ଧୁ ସୌମେନ୍ଦ୍ରଙ୍କ ହାତ । ଦୁହେଁ ମିଶି ବିଦେଶୀ ଡ୍ରାଗନ ଚାଷ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଶଶାଙ୍କ ପରିଡ଼ା ନିଜର ବାଡ଼ିରେ ଏହି ବିଦେଶୀ ଫଳ ଚାଷ କରି ସେଥିରୁ ଉତ୍ପାଦନ ହେଉଥିବା ଡ୍ରାଗନ ଚାରା ଓ ଫଳ ,ଭୁବନେଶ୍ୱର ବଜାରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି  ।