spot_img

Latest Posts

ବ୍ରିଜ୍ ଉପରକୁ ଉଠିଲା ଦୁର୍ଘଟଣାଗ୍ରସ୍ତ ବସ୍

ବାଙ୍କୀ: ୨ଘଣ୍ଟା ପରେ ବ୍ରିଜ ଉପରୁ ଉଠାଗଲା ବସ୍। ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ରିଜ ତଳକୁ ଓହଳି ରହିଥିବା ଯାତ୍ରୀବାହୀ ବସକୁ ଉଦ୍ଧାର କରାଯାଇଛି। ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଲେଇ ଛକ ପାସ କରିବା ପରେ ହଠାତ୍ ଷ୍ଟିୟରିଂ ଫେଲ୍ ଯୋଗୁଁ ବାମ ପଟକୁ ଗାଡ଼ି ଟାଣି ନେଇଥିଲା । ଲୋକଙ୍କ ଜୀବନ ବଞ୍ଚାଇବାକୁ ଡ୍ରାଇଭର ଗାଡ଼ିକୁ ଡାହାଣକୁ କାଟିଥିଲେ। ଫଳରେ ଗାଡ଼ି ବ୍ରିଜ୍ ଉପରେ ଚଢିା ଯାଇଥିଲା।

ତେବେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୁର୍ଘଟଣା ବେଳେ ଗାଡ଼ିର ସ୍ପିଡ୍ ଅଧିକ ନଥିଲା ବୋଲି ବସରେ ଥିବା ଯାତ୍ରୀ କହିଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ରାସ୍ତା ଖାଲି କରିଥିଲା। ଏହାସହ କ୍ରେନ୍ ସହାୟତାରେ ବ୍ରିଜରୁ ଦୁର୍ଘଟଣାଗ୍ରସ୍ତ ବସକୁ ବାହାର କରାଯାଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସରେ ପାଖାପାଖି ୬୦ରୁ ଅଧିକ ଯାତ୍ରୀ ଥିଲେ। କିପରି ଓ କେଉଁ ପରିସ୍ଥିତିରି ଦୁର୍ଘଟଣା ଘଟିଲା, ସେନେଇ ଡ୍ରାଇଭରକୁ ପଚରାଉଚରା କରାଯିବ।

Latest Posts

Don't Miss