ଲକ୍‌ଡାଉନ୍‌ କଟକଣା ସତ୍ତ୍ୱେ ଘରେ ପଶି ବ୍ୟାଙ୍କ କର୍ମଚାରୀଙ୍କ ସହ ଦୁର୍ବୃତ୍ତଙ୍କ ଦୁଷ୍କର୍ମ

ଭୋପାଳ: ବ୍ୟାଙ୍କ ମ୍ୟାନେଜ୍‌ରଙ୍କୁ ବଳାତ୍କାର । ପୋଶ ଶାହପୁରା ଅଞ୍ଚଳରେ ରହୁଥିବା ଜଣେ ୫୦ ବର୍ଷିୟା ବ୍ୟାଙ୍କ ମ୍ୟାନେଜରଙ୍କୁ କେହି ଦୁର୍ବୃତ୍ତ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ । ଶୁକ୍ରବାର ସକାଳେ ଘଟିଛି ଏଭଳି ଘଟଣା । ଯାହା ସହରରେ ଲକ୍‌ଡାଉନ୍‌ର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି । ଏଭଳି ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବା ବେଳେ ଲୋକଙ୍କ ବାହାରକୁ ଯିବା ଆସିବା ନେଇ କଟକଣା ଲାଗୁ କରାଯାଇଛି ।

ପୀଡ଼ିତା ଜଣଙ୍କ ଦୃଷ୍ଟିବଧିତ ହୋଇଥିବା ବେଳେ ସେ ତାଙ୍କ ଫ୍ଳାଟ୍‌ରେ ଏକାକୀ ବାସକରନ୍ତି । ଲକ୍‌ଡାଉନ୍‌ ଲାଗୁ ହେବା ଯୋଗୁଁ ତାଙ୍କ ସ୍ୱାମୀ ରାଜସ୍ଥାନରେ ଅଟକି ଯାଇଥିବାରୁ ସେ ଏଠାରେ ଏକାକୀ ରହୁଛନ୍ତି ।

ତେବେ ଦୁର୍ବୃତ୍ତ ଜଣଙ୍କ ଆପାର୍ଟମେଣ୍ଟର ସିଢ଼ି ଦେଇ ଦ୍ୱିତୀୟ ମହଲାରେ ପହଞ୍ଚିଥିବା ବେଳେ ବାଲକୋନିର ଖୋଲା ଦ୍ୱାର ଦେଇ ଘରେ ପହଞ୍ଚିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି  ।

ଅଭିଯୋଗ ପରେ ପୋଲିସ ଏ ନେଇ ମାମଲା ରୁଜୁ କରିବା ସହ ତନାଘନା ଆରମ୍ଭ କରିଛି ।

Leave a Reply