ବ୍ୟାଙ୍କରୁ ବୁଲାଇଲେ କଳାକନା, ଲୁଟିନେଲେ ଟଙ୍କା ଓ ସୁନା

ଢେଙ୍କାନାଳ: ମହାବିରୋଡ଼ରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ । ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ୪ ଜଣ ଦୁର୍ବୁତ୍ତ । ୪ଟି ଟ୍ରଙ୍କରେ ୫ଶହଟି ସୁନା ଅଳଙ୍କାର ପ୍ୟାକେଟ ଲୁଟେରା ନେଇ ଯାଇଥିବା ସୂଚନା ରହିଛି ।
ଦୁର୍ବୁତ୍ତ ମାନେ ଫାଙ୍କା ଗୁଳି ଚାଳନା କରି ବ୍ୟାଙ୍କରୁ ଟଙ୍କା ଓ ଅଳଙ୍କାର ଲୁଟିବାରେ ସକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ଶାଖା ମ୍ୟାନେଜର ଅନୁରାଗ ପଟ୍ଟନାୟକ । ୪ ଜଣ ଦୁର୍ବୁତ୍ତ ଦୁଇଟି ପଲସର ଗାଡ଼ିରେ ଆସି ଲୁଟି ନେଇଥିଲେ ଟଙ୍କା ଓ ସୁନା । ସିସି ଟିଭି ଆଧାରରେ ମହାବିରୋଡ଼ ପୋଲିସର ତନାଘନା ଜାରି ରଖିଛି ।