spot_img

Latest Posts

ଶନିବାର ଓ ରବିବାର ଛାଡି ଡିସେମ୍ୱର ମାସରେ ୧୧ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ଡିସେମ୍ୱର ମାସରେ ବ୍ୟାଙ୍କ ଛୁଟି ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ରହିଛି । ଦେଶର ଭିନ୍ନ ଭିନ୍ନ ବ୍ୟାଙ୍କ ଶାଖାରେ ଶନିବାର ଓ ରବିବାରକୁ ଛାଡି  ୧୧ଦିନର ଛୁଟି ରହିଛି । ଦେଶର ଭିନ୍ନ ଭିନ୍ନ ବ୍ୟାଙ୍କ ଶାଖାରେ ଏହି ଛୁଟି ଘୋଷଣା ହୋଇଛି । ଡିସେମ୍ୱର ୧ରେ ଗ୍ରେଟର ହାଇଦ୍ରାବାଦ ମୁନିସିପାଲିଟି କର୍ପୋରେସନ ନିର୍ବାଚନ ଅନୁଷ୍ଠିତ ହେଉଛି, ତେଣୁ ଏହି ଦିନ ହାଇଦ୍ରାବାଦ ସହରର ସମସ୍ତ ବ୍ୟାଙ୍କ ଶାଖା ବନ୍ଦ ରହିବ ।

ଡିସେମ୍ୱର ୩ରେ କନକଦାସ ଜୟନ୍ତୀ ଏବଂ ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ଫେଷ୍ଟ ଅବସରରେ ବେଙ୍ଗାଲୁରୁ ଏବଂ ପାନଜୀ ଜୋନ୍ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଡିସେମ୍ୱର ୬ରେ ରବିବାର ହୋଇଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଡିସେମ୍ୱର ୧୨ ମାସର ୨ୟ ରବିବାର ତେଣୁ ଦେଶବ୍ୟାପୀ ବ୍ୟାଙ୍କ ଏହି ଦିନ ବନ୍ଦ ରହିବ । ଡିସେମ୍ୱର ୧୩ ରବିବାର ପାଇଁ ଓ ଡିସେମ୍ୱର ୧୭ରେ ଲସକଙ୍ଗ କିମ୍ୱା ନାମସୁଙ୍ଗ ଅବସରରେ ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରେ ଥିବା ବ୍ୟାଙ୍କ ଶାଖା ବନ୍ଦ ରହିବ। ସେହିଭଳି ଡିସେମ୍ୱର ୨୪ରେ ଖ୍ରୀଷ୍ଟମାସ ମହୋତ୍ସବ ଅବସରରେ ବ୍ୟାଙ୍କଗୁଡିକ ଆଇଜୱାଲ୍ ଏବଂ ଶୀଲୋଙ୍ଗରେ ଛୁଟିଦିନ କରିବେ |

ଡିସେମ୍ୱର ୨୫ରେ ସାରା ଦେଶର ସବୁ ବ୍ୟାଙ୍କ ଶାଖା ବନ୍ଦ ରହିବ । ଡିସେମ୍ୱର ୨୬ ୪ର୍ଥ ରବିବାର ହୋଇଥିବା ହେତୁ ସବୁ ବ୍ୟାଙ୍କ ବନ୍ଦ ରହିବ ସେହିଭଳି ସେହିଦିନ ଖ୍ରୀଷ୍ଟମାସ ଫେଷ୍ଟ ଅବସରରେ ଶୀଲୋଙ୍ଗ ଜୋନ୍ରେ ବ୍ୟାଙ୍କଗୁଡିକ କାର୍ଯ୍ୟ କରିବ ନାହିଁ।  ଏହାର ପରଦିନ ୨୭ ଡିସେମ୍ୱର ରବିବାର ପଡୁଛି ତେଣୁ ଏହି ଦିନ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ସେହିଭଳି ୟୁ କିଆଙ୍ଗ ନାଙ୍ଗବା ଅବସରରେ, ଶିଲଙ୍ଗ ଜୋନ୍ ବ୍ୟାଙ୍କଗୁଡିକ ଡିସେମ୍ୱର ୩୦ରେ ବନ୍ଦ ରହିବ । ସେହିଭଳି ନୂଆବର୍ଷର ପୂର୍ବ ଦିନ ଅର୍ଥାତ୍ ଡିସେମ୍ୱର ୩୧ରେ ଆଇଜଲ୍ ଜୋନରେ ବ୍ୟାଙ୍କ ବନ୍ଦ ରହିବ ।

Latest Posts

Don't Miss