spot_img

Latest Posts

ଲୋକଙ୍କ ଟଙ୍କାରେ ଅୟସ କରୁଛନ୍ତି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର : ଲୋକଙ୍କ ଋଣ ଟଙ୍କାରେ ଘୋଟାଲା । ଲୋକଙ୍କ ଟଙ୍କାରେ ଅୟସ କରୁଛନ୍ତି ବ୍ୟାଙ୍କ କର୍ମଚାରୀ । ୩ କୋଟି ୩୩ ଲକ୍ଷ ଟଙ୍କା ଠକେଇ ଘଟଣାରେ ୨ ଗିରଫ। ଠକେଇର ମାଷ୍ଟରମାଇଣ୍ଡ ସାଜିଥିଲେ ବ୍ରାଞ୍ଚ ମ୍ୟାନେଜର। ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି। ଦୁଇ କରିତକର୍ମାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରିକଲଚର ଫାଇନାନ୍ସ ଅଫିସରକୁ ଗିରଫ କରିଛି EOW । ଗିରଫ ହୋଇଥିବା ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବୁରୁଧର ନାୟକ ଓ ପୂର୍ବତନ ଏଗ୍ରିକଲଚରାଲ ଫାଇନାନ୍ସ ଅଫିସର ଦେବୀଦତ୍ତ ପାଣିଗ୍ରାହୀ। ଦୁହିଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ । ତେବେ ୨୦୧୫ ରୁ ୨୦୧୮ ଭିତରେ ହୋଇଥିଲା ଦୁର୍ନୀତି। ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ଓ ଅନ୍ୟ ଋଣ କରାଇବା ନାଁରେ ଗରିବ ଲୋକଙ୍କ ଟଙ୍କାକୁ ଠକିଥିଲେ ବାବୁ। ନକଲି ହିତାଧିକାରୀଙ୍କୁ ହିତାଧିକାରୀ ଦର୍ଶାଇ ଚଳୁ କରିଥିଲେ ଟଙ୍କା । ସରକାରୀ ସବସିଡ଼ିକୁ ମଧ୍ୟ ସେମାନେ ହଡ଼ପ କରିଥିବା କହିଛନ୍ତି EOW ଏସପି।

ସେଣ୍ଟ୍ରାଲ ବ୍ୟାଙ୍କର କଟକ ଜିଲ୍ଲା ମାହାଙ୍ଗା ତହସିଲ ଭଦ୍ରେଶ୍ବର ବ୍ରାଞ୍ଚର ପ୍ରଥମେ ସେଣ୍ଟ୍ରାଲ କିଷାନ କ୍ରେଡିଟ କାର୍ଡ ଜରିଆରେ ୮୫ ଲକ୍ଷ ୪୯ ହଜାର ୯୪୧ ଟଙ୍କା ଘୋଟାଲା ହୋଇଥିଲା । ପରେ ପ୍ରାଇମ ମିନିଷ୍ଟର ଏମ୍ପ୍ଲୟି ଜେନେରେସନ ପ୍ରୋଗ୍ରାମ ଜରିଆରେ ୮୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ନେଇ ଆସିଥିଲା ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ପରେ ଡମ୍ବରୁଧର ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ୨ ମୁଖ୍ୟ ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି EOW ।

କେସ ନମ୍ବର ୨୭, ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ଆଇଟି ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ EOW ସ୍ପେଶାଲ କୋର୍ଟରେ ହାଜର କରିଛି।

Latest Posts

Don't Miss