spot_img

Latest Posts

କଟକରେ ମାତିଛନ୍ତି ବଞ୍ଜାରା ଲୁଟେରା; ବ୍ୟବସାୟ ଆଳରେ କରୁଛନ୍ତି ଚୋରି

କଟକ: କଟକରେ ମାତିଛନ୍ତି ବଞ୍ଜାରା ଚୋର। ବ୍ୟବସାୟ କରିବାକୁ ଆସି ସହରରରେ ଚୋରି କରୁଛନ୍ତି ବଞ୍ଜାରା ପରିବାର । ବିଶେଷକରି ମେଳା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି । ରାସ୍ତା କଡରେ ବସି ବେପାର କରୁଛନ୍ତି ଆଉ ପିଲାଙ୍କୁ ଲଗାଇ ମୋବାଇଲ ପର୍ସ ଆଦି ଆଖିପିଛୁଳାକେ ଲୁଟି ନେଉଥିବା ଅଭିଯୋଗ ହୋଇଛି।  ବାଦାମବାଡ଼ି, ହାଇକୋର୍ଟ, ଷ୍ଟାଡିୟମ ରୋଡ଼ ଆଦି ଜନଗହଳି ରାସ୍ତାରେ ବୁଲୁଛନ୍ତି ଏହି ଚୋର। ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ରାଜ୍ୟରୁ ଖେଳନା, ଘର ସଜ୍ଜା ସାମଗ୍ରୀ ବାଦାମ ବିକ୍ରି କରିବା ପାଇଁ ସହ ସହ ସଂଖ୍ୟାରେ ପରିବାରକୁ ନେଇ ବଞ୍ଜାରା ଆସୁଛନ୍ତି।

ସହରରେ ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ସଜାଗ ହୋଇଛି କମିଶନରେଟ୍ ପୋଲିସ୍ । ଅନାୟାସରେ ଅନ୍ୟ ରାଜ୍ୟରୁ ଏପରି ଲୁଟେରା ଟ୍ରେନ ଯୋଗେ ଓଡ଼ିଶା ଆସୁଛନ୍ତି। ବିଶେଷକରି ଦୁର୍ଗା ପୂଜାଠାରୁ ବାଲିଯାତ୍ରା ପର୍ଯ୍ୟନ୍ତ ଏମାନେ ସହରରେ ରହି ବେପାର କରନ୍ତି। ବ୍ୟବସାୟ ଆଳରେ କିଛି ଚୋରି ଘଟଣାରେ ସଂପୃକ୍ତି ଥିବା ତଦନ୍ତରୁ ଜଣା ପଡ଼ିଥିବା କହିଛି ପୋଲିସ୍ । ତେବେ ସେମାନଙ୍କ ସଠିକ ପରିଚୟ ନଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି ହେଉଛି । ତେଣୁ ଏପରି ବ୍ୟବସାୟୀଙ୍କୁ ସହରରୁ ବିଦା କରିବାକୁ ପୋଲିସ୍ ପ୍ରକ୍ରିୟା ଆରମ୍ଭ କରିଛି । ସ୍ଥାୟୀ ସମାଧାନ ପାଇଁ ସିଏମସି ଓ ଜିଲ୍ଲା ପ୍ରଶାସନ ସହ ଖୁବଶୀଘ୍ର ଏକ ବୈଠକ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

Latest Posts

Don't Miss