ଦୁର୍ଗାପୂଜାର ଅଭନନ୍ଦନ ଜଣାଇ ମୌଳବାଦୀଙ୍କ ଟାର୍ଗେଟରେ ବାଂଲାଦେଶୀ ହିନ୍ଦୁ କ୍ରିକେଟର

1 min read

ନୂଆଦିଲ୍ଲୀ: ମାଆ ଦୁର୍ଗାଙ୍କ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଯାଇଛି । ସାରା ବିଶ୍ୱରେ ଥିବା ହିନ୍ଦୁ ଧର୍ମର ଲୋକମାନେ ଦଶହରାର ପ୍ରଥମ ଦିନକୁ ବଡ ଧୁମଧାମରେ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ଅନେକ କ୍ରିକେଟ ଖେଳାଳି ମଧ୍ୟ ସାମାଜିକ ଗଣମାଧ୍ୟମରେ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି । ଏହି କ୍ରମରେ ବାଂଲାଦେଶୀ ହିନ୍ଦୁ କ୍ରିକେଟର ଲିଟନ ଦାସ ମଧ୍ୟ ଫେସବୁକରେ ଦୁର୍ଗା ପୂଜାର ଶୁଭେଚ୍ଛା ଜଣାଇଛନ୍ତି, କିନ୍ତୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି । କିଛି ମୌଳବାଦୀ ମୁସଲିମଙ୍କୁ ଏହା ପସନ୍ଦ ଆସିନାହିଁ ।

ତାଙ୍କର ଏହି ଫେସବୁକ ପୋଷ୍ଟର କମେଣ୍ଟରେ ଅନେକ ଧର୍ମ ପରିବର୍ତ୍ତ କରିବା ପାଇଁ କହିଛନ୍ତି । ପ୍ରକାଶଯୋଗ୍ୟ, ନବରାତ୍ରୀ ପୂର୍ବରୁ ମହାଳୟାରେ କ୍ରିକେଟର ଲିଟନ ଦାସ ଫେସବୁକ ପୋଷ୍ଟ କରି ନରାତ୍ରୀର ଶୁଭେଚ୍ଛା ଜଣାଇଥିଲେ । ଅନେକ ଲୋକ କ୍ରିକେଟରଙ୍କ ପାଇଁ ଖରାପ ଶବ୍ଦର ପ୍ରୟୋଗ କରିଥିଲେ । ଅବଶ୍ୟ ସବୁ ମୁସଲିମ ଖରାପ ଶବ୍ଦର କମେଣ୍ଟ କରିନଥିଲେ, ଅନେକ ଶୁଭେଚ୍ଛା ମଧ୍ୟ ଜାଣାଇଥିଲେ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ମୁସଲିମମାନେ ତାଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ପୂର୍ବରୁ ଜନ୍ମାଷ୍ଟମୀରେ ମଧ୍ୟ ଶୁଭେଚ୍ଛା ଦେଇଥିଲେ, ସେ ସମୟରେ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ଏବଂ ଧମକ ଦିଆଯାଇଥିଲା । ତାଙ୍କ ପୋଷ୍ଟରେ ଅଲ-ଜୁଲୁଲ ଲେଖାଯାଇଥିଲା । ଏପରିକି ଏକ ଛୋଟ ପିଲାର ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଫେବୋରାଇଟ୍ ଖେଳାଳି ପଚରାଯିବାରୁ ସେ କହିଥିଲା କି ସୌମ୍ୟ ସରକାରଙ୍କୁ ପସନ୍ଦ କରୁନାହିଁ କାରଣ ସେ ଜଣେ ହିନ୍ଦୁ ଅଟନ୍ତି ।

ଅନ୍ୟପକ୍ଷରେ ବାଂଲାଦେଶରେ ହିନ୍ଦୁମାନଙ୍କ ସହ ଜୁଲୁମ ଖବର ପ୍ରାୟତଃ ସମୟରେ ଆସିଥାଏ । କେତବେଳେ ଘର ଜଳାଇ ଦିଆଯଆଇଥାଏ ତ କେବେ ଖେଳାଳିଙ୍କ ସହ ଏପରି ବ୍ୟବହାର ହୋଇଥାଏ । ଉଲ୍ଲେଖଯୋଗ୍ୟ, ଲିଟନ ଦାସ ଏବଂ ସୌମ୍ୟ ସରକାର ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟ ଟିମରେ ଖେଳୁଥିବା ନିୟମତି ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ।