ଭାରତରେ ସରକାରୀ ଚାକିରିର ଲୋଭ ଦେଖାଯାଉଥିଲା ଆଉ ତାପରେ…

ଭୁବନେଶ୍ୱର: ରାଜଧାନୀରେ ଖୋଲୁଛି ବାଂଲାଦେଶୀ ସେକ୍ସ ରାକେଟର ଗୁମର । ଦେହ ଦଲାଲ ଦିଦି ଓ ଇବ୍ରାହିମଙ୍କ ଠାରୁ ଦୁଇ ଦିନିଆ ରିମାଣ୍ଡରେ ଏସଟିଏଫକୁ ମିଳିଛ ବଡ ଲିଡ୍‌ । ସେହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆଧାର କରି ବାଂଲାଦେଶରୁ ଓଡିଶା କିଭଳି ଆସୁଥିଲେ, କିଭଳି ଚାଲିଥିଲା ଦେହ ବ୍ୟବସାୟ, ତାକୁ ନେଇ ଖୋଳତାଡ କରୁଛି ଏସଟିଏଫ ।

ସେକ୍ସ ସିଣ୍ଡକେଟର ହବ୍‌ ଥିଲା ବାଂଲାଦେଶ । ମୋବାଇଲ ଫୋନ, ସେକ୍ସ ୱେବସାଇଟ ଓ ହ୍ଵାଟସଆପରେ ହେଉଛି ଦେହର ସଉଦା । ଦେହ ଦଲାଲ ଦିଦି ଓ ଇବ୍ରାହିମଙ୍କ ଠାରୁ ଦୁଇ ଦିନିଆ ରିମାଣ୍ଡରେ ଏସଟିଏଫକୁ ମିଳିଛ ଭାଇଟାଲ କ୍ଲୁ । ବାଂଲାଦେଶରୁ ଭାରତକୁ ଯୁବତୀ ଚାଲାଣ ପଛରେ ଅଛି ଦିଦିର ବଡ ଭଉଣୀ । ବାଂଲାଦେଶର ଦେହ, ଭୁବନେଶ୍ୱରରେ ବେପାର । ବାଂଲାଦେଶୀରୁ ଯୁବତୀ ଚାଲାଣର ଥିଲା ସିକ୍ରେଟ ରୁଟ୍‌ । ବାଂଲାଦେଶୀର ଜୈଶର ଜିଲ୍ଲା ବେନାପୁଲ ବର୍ଡର ଦେଇ ଭାରତକୁ ଏଣ୍ଟ୍ରି କରାଉଥିଲେ ଦଲାଲ । ବାଂଲାଦେଶୀରୁ  ଓଡିଶା ଯାଏଁ ସବୁଠି ଥିଲେ ପୁଞ୍ଜା ପୁଞ୍ଜା ଏଜେଣ୍ଟ । ବାଂଲାଦେଶୀରୁ ଯୁବତୀ ପାର ପାଇଁ ମୋଟା ଅଙ୍କର କମିଶନ ନେଉଥିଲେ ଏଜେଣ୍ଟ ।

ଭାରତରେ ସରକାରୀ ଚାକିରୀ ଲୋଭ ଦେଖାଇ ଦଲାଲ ଆଣୁଛନ୍ତି ଯୁବତୀ । ଭୁବନେଶ୍ୱରରେ ବାଂଲାଦେଶୀ ସେକ୍ସ ରାକେଟ ଲିଙ୍କରେ ଧରା ପଡିଥିବା ୭ ଯୁବତୀ ଫେକ୍‌ ଆଧାର କାର୍ଡରେ ଭୁବନେଶ୍ୱର ଆସିଥିଲେ । ଫେକ୍‌ ଆଧାର କାର୍ଡ ପିପିଲି ଅଞ୍ଚଳର ୫ରୁ ଅଧିକ ଯୁବକ ତିଆରି କରୁଥିଲେ । ଆଧାର କାର୍ଡ ବାବାଦରେ ଖୋଳତାଡ ପାଇଁ ହାଇଦ୍ରାବାଦକୁ ଏସଟିଏଫ ଚିଠି ଲେଖିଥିବା ଜଣା ପଡିଛି । ଅନ୍ୟପଟେ ଉଦ୍ଧାର ହୋଇଥିବା ବଙ୍ଗୀୟ ଯୁବତୀମାନଙ୍କୁ ଜେରା କରିଛି ଏସଟିଏଫ । ବାଂଲାଦେଶୀରୁ କେବଳ ଭୁବନେଶ୍ୱରର ନୁହେଁ ମୁମ୍ବାଇ, ପୁନେ ଓ ବାଙ୍ଗାଲୋରକୁ ଦେହ ବ୍ୟବସାୟ ପାଇଁ ଯୁବତୀ ହେଉଥିଲା ଚାଲାଣ ।  ଦିଦି ଭଳି ଆହୁରି ୫ରୁ ଅଧିକ ଦଲାଲ ଭୁବନେଶ୍ୱରରେ ସକ୍ରିୟ ଅଛନ୍ତି । ଅନ୍ୟପଟେ ଦେହ ଦଲାଲ ଦିଦି ଓ ଇବ୍ରାହିମ ମୁହଁ ଖୋଲିଛନ୍ତି । ସେମାନଙ୍କୁ ଉମାକାନ୍ତ ଫସେଇ ଦେଇଥିବା କଥା କହିଛି ଇବ୍ରାହିମ । ଅନ୍ୟପଟେ ଉମା ଓରଫ ସମ୍ବିତ ଓରଫ ପୁଅକୁ ଜେରା କରୁଛି ଏସଟିଏଫ ।

Leave a Reply