ବାଂଲାଦେଶରେ ଅସହଯୋଗ ଆନ୍ଦୋଳନ; ଅଶାନ୍ତ ଜର୍ଜରିତ ବାଂଲାଦେଶରେ ପୁଣି ଅସ୍ଥିରତା

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ଜର୍ଜରିତ ବାଂଲାଦେଶରେ ପୁଣି ଅସ୍ଥିରତା । ଆଜିଠାରୁ ଦେଶବ୍ଯାପୀ ଅସହଯୋଗ ଆନ୍ଦୋଳନ କରିବେ ଆନ୍ଦୋଳନକାରୀ । ୯ ଦଫା ଦାବିରେ ତଥା ପାତରଅନ୍ତର ନୀତି ଦାବିରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି । ଶନିବାର ଏନେଇ ସାରା ଦେଶରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା ।

ସେପଟେ କୋଟା ବିରୋଧୀ ଆନ୍ଦୋଳନରେ ଗିରଫ ହୋଇଥିବା ୪୩ ପରୀକ୍ଷାର୍ଥୀଙ୍କୁ ଜାମିନ ଦେଇଛନ୍ତି ଅଦାଲତ । ସେପଟେ ଯାତ୍ରାବାରୀ ଅଞ୍ଚଳରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ହାସନ ମେହେଦି ସମେତ ଅନ୍ଯ କେତେକ ସାମ୍ବାଦିକଙ୍କୁ ହତ୍ଯା ପ୍ରତିବାଦରେ ସରକାରଙ୍କୁ ସାମ୍ବାଦିକ ଦେଇଛନ୍ତି ଚେତାବନୀ । ମୃତ ସାମ୍ବାଦିକଙ୍କ ପରିବାରକୁ ତୁରନ୍ତ ସହାୟତା, ଦୋଷୀଙ୍କୁ ଦଣ୍ଡ ଦାବି କରିଛନ୍ତି ସାମ୍ବାଦିକ । ଦେଶରେ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଗତ ଶୁକ୍ରବାର କରଓ୍ବାନ ବଜାରରେ ସାମ୍ବାଦିକମାନେ କରିଥିଲେ ମାନବ ଶୃଙ୍ଖଳ ।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ଏହାକୁ ଦମନ କରିବା ଲାଗି ସରକାରଙ୍କ କଠୋର ଆଭିମୁଖ୍ଯ ବିରୋଧରେ ତାତିଛନ୍ତି ଆନ୍ଦୋଳନକାରୀ । ଏହି ଅସହଯୋଗ ଆନ୍ଦୋଳନବେଳେ କର ଓ ଲେଭି ବର୍ଜନ, ବିଦ୍ଯୁତ, ଗ୍ୟାସ, ପାଣି ଓ ଅନ୍ଯାନ୍ୟ ବିଲ୍ ନ ଭରିବା, ସମସ୍ତ ଘରୋଇ ଓ ସରକାରୀ ପ୍ରତିଷ୍ଠାନ, କୋର୍ଟ ବନ୍ଦ କରିବା ଲାଗି ଆହ୍ବାନ ଦେଇଛନ୍ତି ଆନ୍ଦୋଳନକାରୀ ।