spot_img

Latest Posts

ବାଂଲାଦେଶରେ ବଦଳିବକି ଜାତୀୟ ସଙ୍ଗୀତ ! ଉଠୁଛି ପ୍ରତିବାଦର ସ୍ବର ..

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ରାଷ୍ଟ୍ରସଙ୍ଗୀତ “ଆମାର ସୋନାର ବାଙ୍ଗଲା ” ଯାହା ବଙ୍ଗାଳର ଗୁଣଗାନ କରି ରବୀନ୍ଦ୍ର ନାଥ ଟାଗୋର ଏହି ଗୀତଟିକୁ ଲେଖିଥିଲେ । ପାକିସ୍ତାନଠୁ ଅଲଗା ହେଇ ବାଂଲାଦେଶ ଯେତେବେଳେ ନୁଆ ଦେଶ ଗଢିଥିଲା ସେତେବେଳେ ଏହି ଗୀତକୁ ସେ ଜାତୀୟ ସଙ୍ଗୀତ ରୂପରେ ବାଛିନେଇଥିଲା । କିନ୍ତୁ ଆଜିକାଲି ବାଂଲାଦେଶରେ ହଟଚମଟ ଚାଲିଥିବା ବେଳେ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ଆମାର ସୋନାର ବଙ୍ଗଲା’କୁ ପରିବର୍ତ୍ତନ କରିବାକୁ ଦାବି ହେଉଛି। ଜମାତ-ଇ-ଇସଲାମୀର କହିବାନୁସାରେ ଏ ରାଷ୍ଟ୍ରଗୀତ ଭାରତ ଦ୍ବାରା ବାଂଲାଦେଶ ଉପରେ ଲଦା ଯାଇଥିଲା ବର୍ତ୍ତମାନ ଏହା ବଦଳିବା ଦରକାର ।

ବାଂଲାଦେଶର ମୌଳବାଦୀ ଇସଲାମ ପାର୍ଟି ଜମାତ-ଇ-ଇସଲାମିର ପୂର୍ବତନ ଅମିତ ଗୁଲାମ ଆଜାମଙ୍କ ପୁଅ ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ତଥା ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତିକି ବର୍ତ୍ତମାନ ଆମର ଜାତୀୟ ସଂଗୀତ ଆମର ସ୍ବାଧୀନ ବାଂଲାଦେଶର ଅସ୍ତିତ୍ବର ବିପରୀତ ଅଟେ। ଏହା ବଙ୍ଗଳା ବିଭାଜନ ଏବଂ ଦୁଇଟି ବଙ୍ଗଳାର ମିଶ୍ରଣ ସମୟକୁ ଚିହ୍ନିତ କରେ। ଦୁଇ ବଙ୍ଗଳାକୁ ଏକଜୁଟ କରିବା ପାଇଁ ସୃଷ୍ଟି ହୋଇଥିବା ଏକ ଜାତୀୟ ସଂଗୀତ କିପରି ଏକ ସ୍ବାଧୀନ ବାଂଲାଦେଶର ଜାତୀୟ ସଂଗୀତ ହୋଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅମାନ ଆଜମୀ ବାଂଲାଦେଶୀ ସେନାର ପୂର୍ବ ବ୍ରିଗେଡିୟର ଜେନେରାଲ ଯିଏ ହସୀନାଙ୍କ ସତ୍ତା ଗଲା ପରେ ଜେଲରୁ ମୁକ୍ତ ହେଇଛନ୍ତି ସେ ବର୍ତ୍ତମାନ ନୂଆ ଜାତୀୟ ସଙ୍ଗୀତର ଦାବି କରି କହିଛନ୍ତି ଜାତୀୟ ସଙ୍ଗୀତ ଏମିତି ହେବା ଦରକାର ଯାହା ଦେଶର ପରିଚୟ ଏବଂ ମୂଲ୍ୟକୁ ବୁଝାଉଥିବ ଯାହା ବର୍ତ୍ତମାନର ଜାତୀୟ ସଙ୍ଗୀତରେ ନାହିଁ  । ଏହାସହିତ ଇସଲାମିକ ସିଦ୍ଧାନ୍ତ ଅନୁଯାୟୀ ସରକାର ଏକ ନୂତନ ଜାତୀୟ ସଂଗୀତ ବାଛିବା ପାଇଁ ଏକ ଆୟୋଗ ଗଠନ କରିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶ ଉପରେ ଭାରତ ଏହି ଜାତୀୟ ସଂଗୀତ ଲଦି ଦେଇଛି। ତେଣୁ ସରକାର ଏକ ନୂତନ ଜାତୀୟ ସଂଗୀତ ବାଛିବା ଉଚିତ। ଆଜମୀଙ୍କ ଏହି ଦାବି ପରେ ବାଂଲାଦେଶରେ ବିରୋଧର ସ୍ବର ଉତ୍ତୋଳନ ହେଇଛି । କିଛି ବୁଦ୍ଧିଜୀବୀଙ୍କ ଅନୁଯାୟୀ ଏହା ପଛରେ ଆଇଏସଆଇର ଷଡଯନ୍ତ୍ର ଅଛି ବୋଲି କୁହାଯାଉଛି । କିନ୍ତୁ ଏପଟେ ଜାତୀୟ ସଙ୍ଗୀତରେ କୌଣସି ପରିବର୍ତ୍ତନର ଯୋଜନା ନ ଥିବା ବର୍ତ୍ତମାନର ସରକାର କହିଛନ୍ତି।

 

Latest Posts

Don't Miss