spot_img

Latest Posts

ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ। ବାଂଲାଦେଶ ହାତରେ ଅର୍ପଣ ଲାଗି ଭାରତ ସରକାରଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର। ବାଂଲାଦେଶରେ ବିଦ୍ରୋହ ପରେ ଗତ ଅଗଷ୍ଟ ୫ରେ ଭାରତ ଚାଲିଆସିଥିଲେ ୭୭ ବର୍ଷ ବୟସ୍କ ଆୱାମୀ ଲିଗ ନେତ୍ରୀ ଶେଖ ହସିନା।

ହସିନା ଭାରତ ଚାଲିଆସିବା ସହ ୧୬ ବର୍ଷ ଶାସନର ପତନ ବି ହୋଇଥିଲା। ଢାକ୍କାସ୍ଥିତ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ଯୁନାଲ ବା ଆଇସିଟି ପକ୍ଷରୁ ହସିନା, ପୂର୍ବତନ ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଅଧିକାରୀ ଓ ସରକାରୀ କର୍ମକର୍ତ୍ତାଙ୍କୁ ନୋଟିସ ଜାରି କରିଛନ୍ତି। ମାନବିକତା ବିରୋଧୀ ତଥା ଗଣହତ୍ଯା ଲାଗି ସମସ୍ତଙ୍କୁ ଦାୟୀ କରାଯାଇଛି। ଅନ୍ତରୀଣ ସରକାରର ବୈଦେଶିକ ବ୍ଯାପାର ପରାମର୍ଶଦାତା ତୋହିଦ ହୁସେନ କହିଛନ୍ତି- ବାଂଲାଦେଶରେ ହସିନାଙ୍କୁ ହସ୍ତାନ୍ତର କରିବା ଲାଗି ଭାରତ ସରକାରଙ୍କୁ କୂଟନୈତିକ ବାର୍ତ୍ତା ପ୍ରଦାନ କରାଯାଇଛି। ପୂର୍ବରୁ ଗୃହ ବିଭାଗ ପରାମର୍ଶଦାତା ଜାହାଙ୍ଗିର ଆଲାମ ବି ହସିନାଙ୍କ ପ୍ରତ୍ଯର୍ପଣ ଲାଗି ଭାରତ ନିକଟକୁ ପତ୍ର ଲେଖିଥିଲେ। ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ଢାକ୍କା ଗସ୍ତର କିଛି ସପ୍ତାହ ପରେ ବାଂଲାଦେଶ ପକ୍ଷରୁ ଏହି ଅନୁରୋଧକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି।

Latest Posts

Don't Miss