ସେଫ୍‌ ହାଉସ ନୁହେଁ ଭୁଲ ଭୁଲୈୟାରେ ରହୁଛନ୍ତି ଶୈଖ ହସିନା, କେହିବି ପହଞ୍ଚିବା ଅସମ୍ଭବ

ଢାକା: ବାଂଲାଦେଶ ଛାଡି ସାରିଲେଣି ଶୈଖ ହସିନା । ଦେଶ ଛାଡିବା ପରେ ଏବେ ଭାରତ ତାଙ୍କୁ ଶରଣ ଦେଇଛି । ଗାଜିଆବାଦର ହିଣ୍ଡନ ଏୟାରବେସ୍‌ର ସେଫ୍‌ ହାଉସରେ ତାଙ୍କୁ ଶରଣ ଦେଇଛି ଭାରତ ସରକାର । ଶେଖ ହସିନା ଦ୍ବିତୀୟ ରାତି କାଟିଛନ୍ତି । ଏହା ଏକ ଏଭଳି ନିରାପଦ ସ୍ଥାନ ଯାହା କୌଣସି ଭୁଲ ଭୁଲୈୟା ଠୁ କମ ନୁହେଁ । ଏହା ଏକ ଏଭଳି ନିରାପଦ ସ୍ଥାନ ଯେଉଁଠାରେ ଏକ ଚଢେଇ ମଧ୍ୟ ପହଞ୍ଚି ପାରିବନି ।

ହିଣ୍ଡନ ଏୟାରବେସ୍‌ ବାହାରେ ସବୁକିଛି ସାମାନ୍ୟ ଦେଖାଯାଉଥିବାବେଳେ ଭିତରେ କିନ୍ତୁ ସୁରପକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ନିରାପଦ ହାଉସ୍‌ ପର୍ଯ୍ୟନ୍ତ କୌଣସି ସାଧାରଣ ଲୋକକୁ ଯିବାକୁ ଅନୁମତି ଦିଆଯାଇନାହିଁ । କେତେ କିଲୋମିଟର ପର୍ଯ୍ୟନ୍ତ ଗଲା ପରେ ସେଫ୍‌ ହାଉସ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡେ । ଏହା କେବଳ କେତେକ ସ୍ଥାୟୀ କର୍ମଚାରୀଙ୍କୁ ହିଁ ଜଣା ।

ବାଂଲାଦେଶର ବାୟୁସେନା ବିମାନରେ ଭଉଣୀ ରିହାନାଙ୍କ ସହ ସୋମବାର ଗାଜିଆବାଦର ହିଣ୍ଡନ ଏୟାର ବେସ୍‌ରେ ପହଞ୍ଚିଛନ୍ତି ହସିନା । ତାଙ୍କ ସୁରକ୍ଷା ଦାୟିତ୍ବରେ ବାୟୁସେନାର ଗରୁଡ କମାଣ୍ଡୋ ନିୟୋଜିତ ଅଛନ୍ତ । ଶତ୍ରୁଙ୍କ ପାଇଁ କାଳ ସାଜିଥାନ୍ତି ଗରୁଡ କମାଣ୍ଡୋ । ଜଳରୁ ନେଇ ଆକାଶ ମାର୍ଗ ପର୍ଯ୍ୟନ୍ତ ଶତ୍ରୁଙ୍କ ହୋସ୍‌ ଉଡାଇ ଦିଅନ୍ତି ଗରୁଡ କମାଣ୍ଡୋ ।

ଏହାରି ମଧ୍ୟରେ ଶୈଖ ହସିନା ହିଣ୍ଡନ ଏୟାରବେସ ମଧ୍ୟରେ ଥିବା ସପିଂ କମ୍ଲେକ୍ସରେ କିଣାକିଣି କରୁଥିବା ଦେଖିବାକୁ ମିଳିଛି । ହିଣ୍ଡନ ଏୟାରବେସ୍‌ର ମୁଖ୍ୟ ଦ୍ବାରରୁ ଭିତର ପର୍ଯ୍ୟନ୍ତ ସବୁଠି ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । କାହାକୁ ମଧ୍ୟ ସେଫ୍‌ ହାଉସ୍‌ ପର୍ଯ୍ୟନ୍ତ ଯିବାକୁ ଅନୁମତି ନାହିଁ । ଶୁଣିବାକୁ ମିଳୁଛି ହସିନା ତାଙ୍କ ଭଉଣୀଙ୍କ ସହ ହିଣ୍ଡନ ଏୟାରବେସ୍‌ରେ ଆଉ କିଛି ଦିନ ରହିପାରନ୍ତି ।