spot_img

Latest Posts

ଦରମା ୧୧ଲକ୍ଷ କିନ୍ତୁ ସମ୍ପତ୍ତି ଚେତା ବୁଡାଇଲା ଭଳି …

ନନ୍ଦିଘୋଷ ବ୍ୟୁରୋ: ୟୁନୁସଙ୍କ ଟାର୍ଗେଟରେ ହାସିନାଙ୍କ ବିଶ୍ବସ୍ତ ନେତା । ପ୍ରଚୁର ସମ୍ପତ୍ତି କାରଣରୁ ଫସିଯାଇଛନ୍ତି ବାଂଲାଦେଶରେ ଶେଖ ହାସିନାଙ୍କ ସରକାରରେ ମନ୍ତ୍ରୀ ଥିବା ସୈଫୁଜାମାନ ଚୌଧୁରୀ  । ୧୧ ଲକ୍ଷ ଟଙ୍କା ଦରମା ପାଉଥିବା ସୈଫୁଜାମାନ ଆମେରିକା, ଲଣ୍ଡନ ଏବଂ ଦୁବାଇ ଭଳି ସ୍ଥାନରେ ୪୮୦ରୁ ଅଧିକ ସମ୍ପତ୍ତି ଅଛି। ଏଥିମଧ୍ୟରୁ ୩୦୦ଟି ସମ୍ପତ୍ତି କେବଳ ୟୁନାଇଟେଡ କିଙ୍ଗଡମରେ ଏବଂ ୧୪୨ଟି ଦୁବାଇରେ ଏବଂ ୧୫-୨୫ ଆମେରିକାରେ ଅଛି। ଏକ ଗଣମାଧ୍ୟମ ସଂସ୍ଥାର ତଦନ୍ତ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ସୈଫୁଜାମାନ ଚୌଧୁରୀ କିଏ?

ସୈଫୁଜାମାନ ଚୌଧୁରୀ ଶେଖ ହାସିନାଙ୍କ ସରକାରରେ ମନ୍ତ୍ରୀ ଥିଲେ। ଗତ ବର୍ଷ ବିଶାଳ ବିରୋଧ ପ୍ରଦର୍ଶନ ପରେ ଶେଖ ହାସିନାଙ୍କୁ ପଦ ଛାଡିବାକୁ ପଡିଥିଲା। ହାସିନା ବାଂଲାଦେଶ ଛାଡି ପଳାୟନ କରି ଭାରତରେ ଆଶ୍ରୟ ନେଇଛନ୍ତି । ଅଗଷ୍ଟ ମାସରେ ପ୍ରତିବାଦ ପରେ ଚୌଧୁରୀ ମଧ୍ୟ ଦେଶ ଛାଡି ଚାଲିଯାଇଥିଲେ। ସେ ତାଙ୍କ ଆୟକର ରିଟର୍ଣ୍ଣରେ ୨୦କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ଚୌଧୁରୀଙ୍କ ବାପା ଅଖତରଉଜ୍ଜମାନ ଶେଖ ହାସିନାଙ୍କ ଜଣେ ବିଶ୍ୱସ୍ତ ନେତା ଥିଲେ।

ସେ ୟୁନାଇଟେଡ୍ କମର୍ସିଆଲ୍ ବ୍ୟାଙ୍କର ପ୍ରତିଷ୍ଠାତା ସଦସ୍ୟ ଥିଲେ। ତାଙ୍କ ବିରୁଦ୍ଧରେ ୧୯୮୩ ମସିହାରେ ପ୍ରତିଷ୍ଠିତ ୟୁନାଇଟେଡ୍ କମର୍ସିଆଲ୍ ବ୍ୟାଙ୍କର ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ହତ୍ୟା କରିବାର ଅଭିଯୋଗ ଅଛି। ୧୯୯୨ ରୁ ୨୦୨୪ ମଧ୍ୟରେ, ଚୌଧୁରୀ ଏବଂ ତାଙ୍କ ପରିବାର ବିଶ୍ୱର ଅନେକ ପ୍ରମୁଖ ସହରରେ ୨୯୫ ନିୟୁତ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣିଥିଲେ। ୨୦୧୯ ମସିହାରୁ ସୈଫୁଜମାନ ଚୌଧୁରୀଙ୍କ ସମ୍ପତ୍ତି ବୃଦ୍ଧି ପାଇବା ଆରମ୍ଭ କରିଥିଲା। ସେତେବେଳେ ସେ ଭୂମି ମନ୍ତ୍ରୀ ଥିଲେ । ସେ ଅନେକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ଦୁବାଇର ବୁର୍ଜ ଖଲିଫା, ଲଣ୍ଡନର କମ୍ୟୁଟର ଟାଉନରେ, ୟୁକେ, ସିଙ୍ଗାପୁର ଏବଂ ମାଲେସିଆରେ ୩୦୦ରୁ ଅଧିକ ଘର ଅଛି

ଲଣ୍ଡନ ଘରର ମୂଲ୍ୟ କେତେ ?

ଚୌଧୁରୀଙ୍କର ଲଣ୍ଡନରେ ଏକ ଘର ଅଛି ଯାହାର ମୂଲ୍ୟ $୧୪ ନିୟୁତ। ତଥାପି, ଚୌଧୁରୀ କୁହନ୍ତି ଯେ ତାଙ୍କର ସମସ୍ତ ସମ୍ପତ୍ତି ବୈଧ ରୋଜଗାରରୁ ଆସିଛି। ସେ କହିଛନ୍ତି ଯେ ତାଙ୍କର ସମ୍ପତ୍ତି ୟୁକେ, ୟୁଏଇ ଏବଂ ଆମେରିକାରେ ଥିବା ତାଙ୍କର ବୈଧ ବ୍ୟବସାୟରୁ ଟଙ୍କା ବ୍ୟବହାର କରି କିଣାଯାଇଥିଲା। ଚୌଧୁରୀ କହିଛନ୍ତି ଯେ ସେ ହସିନାଙ୍କ ନିକଟତର ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ପ୍ରକୃତରେ, ମୋ ବାପା ଶେଖ ହାସିନାଙ୍କର ବହୁତ ନିକଟତର ଥିଲେ ଏବଂ ମୁଁ ମଧ୍ୟ… ସେ ମୋର ବସ୍… ସେ ଜାଣନ୍ତି ଯେ ମୋର ବ୍ରିଟେନରେ ଏକ ବ୍ୟବସାୟ ଅଛି।

ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ

ଅଲ-ଜଜିରା ଅନୁଯାୟୀ, ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ଚୌଧୁରୀ ଏବଂ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଦେଇଛି, ଯେତେବେଳେ ରାଜ୍ୟ ଦୁର୍ନୀତି ନିବାରଣ କମିଶନ ଏହାର ତଦନ୍ତ କରିଥିଲା ସେତେବେଳେ ବେଆଇନ ଭାବରେ ହଜାର ହଜାର କୋଟି ଟଙ୍କା ରୋଜଗାର କରି ୟୁକେରେ ଏହାକୁ ଧଳା କରିଥିବା ଅଭିଯୋଗ ହୋଇଛି ।

 

Latest Posts

Don't Miss