spot_img

Latest Posts

ବଢିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ଅଡ଼ୁଆ

ନୂଆଦିଲ୍ଲୀ : ବଢିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ଅଡ଼ୁଆ। ଦେଶର ଅନ୍ତରୀଣ ସରକାର ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି । ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି।ଏହା ପୂର୍ବରୁ ଗତ ମଙ୍ଗଳବାର ସକାଳେ ଶେଖ ହସିନା ଓ ଅନ୍ୟ ୧୫ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ଆଉ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ସମୟରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ଏଥିରେ ଦର୍ଶାଯାଇଛି। ଶଫିକୁଲ ଇସଲାମ ମୁଫତିଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ୨୦୨୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ, ସେତେବେଳେ ସେଠାରେ ବିକ୍ଷୋଭ ଚାଲିଥିଲା। ସେହି ସମୟରେ ଶେଖ ହସିନାଙ୍କ ସରକାର ବିକ୍ଷୋଭକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ଶଫିକୁଲ ଇସଲାମ ମୁଫତିଙ୍କ ୧୭ ବର୍ଷର ପୁଅ ନିହତ ହୋଇଥିଲେ। ଆହୁରି ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା।

Latest Posts

Don't Miss