ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତିଙ୍କୁ ୧୧ ବର୍ଷ ଜେଲ; ମନି ଲଣ୍ଡରିଂ ମାମଲାରେ ଥିଲେ ଜଡ଼ିତ

ଢ଼ାକା: ଜେଲ ଯିବେ ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନା । ମଙ୍ଗଳବାର ବାଂଲାଦେଶ କୋର୍ଟ ପୂବର୍ତନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ୧୧ ବର୍ଷ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁରେନ୍ଦ୍ର କୁମାର ବାଂଲାଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି । ଦୁର୍ନୀତି ସମ୍ବନ୍ଧୀୟ ଦୁଇଟି ମାମଲାରେ ସୁରେନ୍ଦ୍ରଙ୍କୁ ମିଳିଛି ଏହି ଦଣ୍ଡାଦେଶ । ଢ଼ାକାର ସ୍ବତନ୍ତ୍ର ବିଚାରପତି ଶେଖ ନଜମୁଲ ଆଲମ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୁରେନ୍ଦ୍ର କୁମାର ଏବେ ଆମେରିକାରେ ରହୁଛନ୍ତି । ମନି ଲଣ୍ଡରିଂ ମାମଲାରେ ସୁରେନ୍ଦ୍ର କୁମାରଙ୍କୁ ୭ ବର୍ଷ ଦଣ୍ଡାଦେଶ ଦେଇଛି । ତେବେ ବିଶ୍ବାସଘାତ କରିବା ମାମଲାରେ ତାଙ୍କୁ ଚାରି ବର୍ଷ ଦଣ୍ଡାଦେଶ ମିଳିଛି । ଢ଼ାକା ଟ୍ରିବୁନ ଖବର କାଗଜର ରିପୋର୍ଟ ଅନୁସାରେ ଜେଲର ଦଣ୍ଡ ଅଲଗା ଅଲଗା ଭାବରେ ଚାଲିବ । ଏହି ମାମଲାରେ କୋର୍ଟ କହିଛି କି ଜଜ୍ ଏସ.କେ ସିହ୍ନା ମନି ଲଣ୍ଡରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ରିପୋର୍ଟ ଅନୁସାରେ କିଷାନ ବ୍ୟାଙ୍କ ଯାହା ଏବେ ପଦ୍ମ ବ୍ୟାଙ୍କ ଭାବରେ ପରିଚତ ସେହି ବ୍ୟାଙ୍କରୁ ୪ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି ।

ତେବେ ଏହି ମାମଲାରେ ୧୦ ଜଣ ଅଭିଯୁକ୍ତ ଥିଲେ ।  କିନ୍ତୁ ତଙ୍ଗଲ ବାସିନ୍ଦା ମହମ୍ମଦ ଶାହା ଜାହାନ ଏବଂ ନିରଞ୍ଜନ ଚନ୍ଦ୍ର ଶାହା ନିର୍ଦ୍ଦୋଶରେ ଖଲାସ ହୋଇଥିଲେ କାରଣ ସେମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନଥିଲା । ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଜୋରିମାନା ସହ ଜଲେ ଦଣ୍ଡାଦେଶ ମଧ୍ୟ ଦିଆଯାଇଛି । ସୁରେନ୍ଦ୍ର କୁମାର ସିହ୍ନା ଜାନୁଆରୀ ୨୦୧୫ରୁ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ବାଂଲାଦେଶର ୨୧ତମ ଚିଫ୍ ଜଷ୍ଟିସ୍ ଥିଲେ । ଅନ୍ୟପକ୍ଷରେ ଜଷ୍ଟିସ୍ ସିହ୍ନା ଅଭିଯୋଗ କରିଛନ୍ତି କି ତାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା । କାରଣ ସେ ବାଂଲାଦେଶର ଅଗଣତନ୍ତ୍ର ଓ କ୍ଷମତାଶୀନ ଶାସନକୁ ବିରୋଧ କରିଥିଲେ ।

Leave a Reply