ବାଂଲାଦେଶ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ବର: ବାଂଲାଦେଶରେ ଥମୁନି ହିଂସା । ରାଜନୈତିକ ହିଂସା ଲାଗି ରହିଥିବା ବେଳେ ସୀମାନ୍ତ ଭାରତରେ ହାଇ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶ ଅସ୍ଥିରତାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଓଡ଼ିଶା ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟକୁ ପଶି ଆସିବାର ସମ୍ଭାବନା ରହିଥିବାରୁ ବାଂଲାଦେଶ ସମେତ ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସର କଡା ନଜର ରହିଛି ।

କେନ୍ଦ୍ରାପଡ଼ା, ବାଲେଶ୍ଵର, ପୁରୀ, ଗୋପାଳପୁର ସାମୁଦ୍ରିକ ଥାନା ପୋଲିସ୍ ଏବେ ପଇଁତରା ମାରୁଛି । ନାଇଟ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇ ଥିବା ଡିଜିପି କହିଛନ୍ତି । ପୂରା ଉପକୂଳ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।