ବାଂଲାଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି: ସଟ୍‌ଡାଉନ୍ ଘୋଷଣା କଲେ ସରକାର

କୋଭିଡର ମୁକାବିଲା ଲାଗି ସାରା ବାଂଲାଦେଶ ସଟଡାଉନ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଦେଶ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଗୋଟିଏ ଦିନରେ ୧୦୮ ଜଣ ପ୍ରାଣ ହରାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବାଂଲାଦେଶରେ ତାଣ୍ଡବ ରଚିଲାଣି ମହାମାରୀ କରୋନା । ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଥିବାରୁ ସରକାର ନେଇଛନ୍ତି ଆଗୁଆ ପଦକ୍ଷେପ । ସେହିପରି ଭାରତରେ ପ୍ରଥମେ ଠାବ ହୋଇଥିବା ଡେଲଟା ଭାରିଆଣ୍ଟ ଏବେ ବାଂଲାଦେଶରେ ବ୍ୟାପିବାରେ ଲାଗିଲାଣି । ବିଶେଷ କରି ଢାକାରେ ସ୍ଥିତି ଅଧିକ ଖରାପ ହେଲାଣି । ନିଷ୍ପତ୍ତି ଅନୁସାରେ, କେବଳ ଜରୁରୀ ସେବାକୁ ବାଦ୍ ଦେଇ ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ସାମଗ୍ରୀ ପରିବହନକାରୀ ଗାଡି ଗୁଡିକୁ ଚଳାଚଳ ଲାଗି ଅନୁମତି ମିଳିବ । ଦେଶରେ ମୋଟ ପଜିଟିଭ ସଂଖ୍ୟା 8 ଲକ୍ଷ 78 ହଜାର 804 ଥିବାବେଳେ, ବର୍ତ୍ତମାନ ସୁଦ୍ଧା 13 ହଜାର 976 ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ । ସ୍ଥିତିର ମୁକାବିଲା ଲାଗି ସଟଡାଉନ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉଛି ଏବଂ ଗତବର୍ଷ ତୁଳନାରେ ଏହା ଅଧିକ କଠୋର ହେବ ବୋଲି କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଫରହାଦ ହୁସେନ ।

ଏଥିସହିତ ପଢ଼ନ୍ତୁ: କୋଭିଡ ମୃତ୍ୟୁର ଅନୁକମ୍ପା ରାଶି ଉପରେ ଆୟକର ଛାଡ଼

Leave a Reply