ସିରିଜ୍ କାର ଦୁର୍ଘଟଣା, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋର ଏୟାରପୋର୍ଟ ରୋଡରେ ବ୍ୟାପକ କାର ଦୁର୍ଘଟଣା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ କ୍ଷତିଗ୍ରସ୍ତ କାର ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ କୌଣସି ଲୋକଙ୍କ ମୃତ୍ୟୁ ନେଇ ସୂଚନା ମିଳିପାରିନାହିଁ । ଘଟଣାଟି ଚିକାଜିଲ୍ଲା ଟ୍ରାଫିକ ପୋଲିସ ରାସ୍ତାରେ ଲାଗିଥିବା ଭିଡକୁ ନିୟନ୍ତ୍ରଣ କରିଥିଲେ । ରିପୋର୍ଟ ମୁତାବକ ରାସ୍ତାରେ ଭୀଷଣ ଘନକୁହୁଡି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି । ରାସ୍ତାରେ ଅଳ୍ପ ଦୃଶ୍ୟମାନ ହେଉଥିବାରୁ କାରଗୁଡିକ ଲଗାତର ଭାବରେ ଧକ୍କା ହୋଇଯାଇଛନ୍ତି । ଭିଡିଓଟି ଭାଇରାଲ ହେବା ଯଣି ଲୋକମାନେ ଏହାକୁ ପ୍ରଚୁର ମାତ୍ରାରେ ଲାଇକ ସେୟାର କରିଛନ୍ତି ।ଏଥି ସହିତ କିଛି ଲୋକ ଏହି ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଜଣ ପରି ଘଟଣାରୁ ବଞ୍ଚିବାପାଇଁ ଲୋକଙ୍କୁ ଟିପ୍ସ ଦେବା ସହିତ କିଛି ଲୋକ ଏପରି ଦୁଁଖଦ ଘଟଣା ନିମନତେ ଦୁଃଖ ପ୍ରକାଶ କରିଛନ୍ତି ।