ବିକାଶ ଦୁବେଠାରୁ ବି ବଡ ଏହି ଅପରାଧୀ,ଯିଏ ୯୭ ଜଣ ପୋଲିସଙ୍କ ହତ୍ୟା କରିଥିଲା !

1 min read

କାନପୁର ଏନକାଉଣ୍ଟର ଦେଶକୁ ଥରାଇ ଦେଇଛି । ରାଜନୀତି ଓ ଅପରାଧ ମିଶିଲେ କେମିତି ବିନାଶକାରୀ କକଟେଲ୍ ତିଆରି ହୁଏ ତାର ବଡ ଉଦାହରଣ ଆଜି ହୁଏତ ବିକାଶ ଦୁବେ ହୋଇପାରେ କିନ୍ତୁ ଭାରତରେ ଏମିତି ମଧ୍ୟ ଜଣେ ଅପରାଧୀ ଥିଲା ଯିଏ ଜଣେ ଦୁଇ ଜଣ ନୁହେଁ ୯୭ ଜଣ ପୋଲିସଙ୍କ ହତ୍ୟା କରିଥିଲା । ଗୋଟିଏ ଥରକେ ସେହି ଅପରାଧୀ ୨୨ ଜଣ ପୋଲିସଙ୍କୁ ବିସ୍ଫୋରଣରେ ଉଡାଇ ଦେଇଥିଲା । ସେହି ଅପରାଧୀର ନାମ ଥିଲା ବିରପ୍ପନ ।

ବିରପ୍ପନ : ୯୭ ଜଣ ପୋଲିସଙ୍କ ହତ୍ୟାକାରୀ

୧୬ ବର୍ଷ ତଳେ ବିରପ୍ପନର ଅନ୍ତ ହୋଇଥିଲା । ପୋଲିସ ପାଇଁ ସେ ଥିଲା ଚନ୍ଦନ ଓ ହାତୀ ଦାନ୍ତ ତସ୍କର । କାହାପାଇଁ ସେ ଥିଲା ରବିନହୁଡ୍ ତ’ କାହାପାଇଁ ନିର୍ଦ୍ଦୟୀ ହତ୍ୟାକାରୀ । ୧୬ ବର୍ଷ ତଳେ ୧୮ ଅକ୍ଟୋବର ୨୦୦୪ରେ ଏସଟିଏଫ୍ ତାକୁ ଶିକାର କରିଥିଲା । କିନ୍ତୁ ଜୀବନକାଳରେ କିମ୍ବଦନ୍ତୀ ପାଲଟିଥିବା ବିରପ୍ପନର ମୃତ୍ୟୁ ଖବରକୁ ଅନେକ ବିଶ୍ୱାସ କରିନଥିଲେ । ବିରପ୍ପନ ମରିଯିବା ସେମାନଙ୍କ ପାଇଁ ଅବିଶ୍ୱସନୀୟ ଥିଲା ।

VEERAPPAN

ହାତୀ ମାରିଥିଲା,ଚନ୍ଦନ ଗଛ କାଟିଥିଲା

ବିରପ୍ପନ ବାବଦରେ ଅନେକ କଥା କୁହାଯାଏ । କୁହାଯାଏ ଯେ, ସେ ଦାନ୍ତ ପାଇଁ ୨ ହଜାର ହାତୀ ମାରିଥିଲା । ହଜାର ହଜାର ଚନ୍ଦନ ଗଛ କାଟି ବିକ୍ରି କରିଥିଲା । ବିରପ୍ପନ ରବର ଯୋତାରେ ଟଙ୍କା ରଖି ତାକୁ ମାଟି ତଳେ ପୋତି ରଖୁଥିଲା । ଅପହରଣରୁ ଟଙ୍କା ଆଦାୟ କରୁଥିଲା । କନ୍ନଡ ସୁପରଷ୍ଟାର ରାଜକୁମାରଙ୍କ ଅପହରଣ ମଧ୍ୟ ବିରପ୍ପନ କରିଥିଲା । ତାମିଲନାଡୁ,କେରଳ ଓ କର୍ଣ୍ଣାଟକର ଜଙ୍ଗଲରେ ଚାଲୁଥିଲା ବିରପ୍ପନର ରାଜୁତି ।

VEERPAN THE BANDIT

୧୦ ବର୍ଷ ବୟସରେ ପ୍ରଥମ ଅପରାଧ

୧୯୬୨ ମସିହାରେ ବିରପ୍ପନକୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେବେଳ ସେ ପ୍ରଥମ ହତ୍ୟାକାଣ୍ଡ ଘଟାଇଥିଲା । ଜଣେ ଚନ୍ଦନ ସ୍ମଗ୍ଲରର ହତ୍ୟାରୁ ଆରମ୍ଭ ହୋଇଥିଲା ବିରପ୍ପନର କାହାଣୀ । ସେହି ସମୟରେ ବିରପ୍ପନ ତିନି ଜଣ ଫରେଷ୍ଟରଙ୍କୁ ମଧ୍ୟ ହତ୍ୟା କରିଥିଲା । ସେତେବେଳେ ତା’ ନାମ ଥିଲା ବିରୈୟା । ସେ ବହୁତ ଗରିବ ଥିଲା । ତା’ ଗାଁ ଲୋକଙ୍କ କହିବା ହେଉଛି ଜଙ୍ଗଲ ବିଭାଗର କିଛି ଅସାଧୁ ଅଫିସର ତାକୁ ଅପରାଧ ଭିତରକୁ ଟାଣିଥିଲେ । ସେହିମାନଙ୍କ ପ୍ରରୋଚନାରେ ସେ ଚନ୍ଦନ କାଠ ଚୋରାକାରବାର ଆରମ୍ଭ କରିଥିଲା । ବିରପ୍ପନର ନାଁ ବଡ ହେବା ସହ ରାଜନୈତିକ ନେତା,ପୋଲିସ ମଧ୍ୟ ତାକୁ ସାହାଯ୍ୟ କରିବାକୁ ଲାଗିଲେ । କିନ୍ତୁ ସେମାନେ କେବେ ମଧ୍ୟ ସ୍ୱପ୍ନରେ ଭାବିନଥିଲେ ଯେ, ଦିନେ ବିରପ୍ପନ ସେମାନଙ୍କଠାରୁ ମଧ୍ୟ ବଡ ହୋଇଯିବ । ବିରପ୍ପନ ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ,ଏହା ସ୍ଥାନୀୟ ନେତା ଓ ପୋଲିସର କଳ୍ପନା ବାହାରେ ଥିଲା ।

ଅପରାଧ ଓ ରାଜନୀତିର ଅସାଧୁ ମେଣ୍ଟ

ବିରପ୍ପନକୁ ବିରପ୍ପନ କରିଥିଲା ଅସାଧୁ ରାଜନୀତି । ବିରପ୍ପନ ତା ଚୋରା କାରବାର ପାଇଁ ସମସ୍ତଙ୍କୁ ଟଙ୍କା ଦେଉଥିଲା । ବିରପ୍ପନର ତାଲିକାରେ ଥିଲେ ନେତା ଓ ପୋଲିସ ଅଧିକାରୀ ।  ବିରପ୍ପନ କିନ୍ତୁ ଯାହା ରୋଜଗାର କରୁଥିଲା ତା’ର ଅଧିକ ଭାଗ ମଧ୍ୟସ୍ତିଙ୍କୁ ଦେଉଥିଲା । କାରଣ ଜଙ୍ଗଲ ଭିତରେ ରହୁଥିବା ବିରପ୍ପନ ପାଖରେ ବାହାର ଦୁନିଆ ସହ ସୌଦା କରିବାର କୌଣସି ସୁଯୋଗ ନଥିଲା । ୧୯୯୭ରେ ବିରପ୍ପନ ସରକାରୀ ଅଧିକାରୀ ଭାବି ଦୁଇ ଜଣ ଫଟୋଗ୍ରାଫରଙ୍କ ଅପହରଣ କରିଥିଲା । ସେମାନେ ୧୪ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ବିରପ୍ପନ ସହ ରହିଥିଲେ । ସେହି ସମୟକୁ ନେଇ ଏହି ଦୁଇ ଫଟୋଗ୍ରାଫର ପରେ ‘ବାର୍ଡ୍ସ,ବିଷ୍ଟସ୍ ଆଣ୍ଡ୍ ବ୍ୟାଣ୍ଡିଟ୍’ ନାମରେ ପୁସ୍ତକ ଲେଖିଥିଲେ । ଏଥିରେ ସେମାନେ ବିରପ୍ପନକୁ ନେଇ ଅଲଗା କାହାଣୀ କହିଥିଲେ । ସେମାନଙ୍କ ଅନୁସାରେ ବିରପ୍ପନ ହାତୀଙ୍କୁ ନେଇ ବେସ ଭାବୁକ ଥିଲା । ସେ କହୁଥିଲା ଯେ, ଜଙ୍ଗଲରେ ଯାହାବି ହେଉଛି ତାକୁ ମୁଁ କରିଛି ବୋଲି ପ୍ରଚାର ହେଉଛି । ବିରପ୍ପନ ସେତେବେଳେ କହିଥିଲା ଯେ,ହାତୀ ଶିକାର ସେ ଅନେକ ଦିନ ହେବ ଛାଡି ଦେଇଛି । ଫ୍ରଣ୍ଟଲାଇନ୍ ପତ୍ରିକା ଅନୁସାରେ ବିରପ୍ପନ ୨ ହଜାର ହାତୀଙ୍କୁ ମାରିଥିବା ଖବର ମିଛ । ସେ ମୋଟ ୫ଶହ ହାତୀ ମଧ୍ୟ ମାରିନଥିଲା । ସେଥିରୁ ସେ ମୋଟ ୨.୫ କୋଟି ଟଙ୍କା ଆୟ କରିଥିଲା । ଯେଉଁଥିରୁ ବଡ ଭାଗ ମଧ୍ୟସ୍ଥୀ ଓ ନେତାଙ୍କୁ ସଂରକ୍ଷଣ ପାଇଁ ସେ ଦେଇଥିଲା

VEERAPAN WITH JOURNALIST

୯୭ ପୋଲିସଙ୍କ ହତ୍ୟାକାରୀ

୧୯୮୭ ମସିହାରେ ବିରପ୍ପନ ଚିଦାମ୍ବରମ ନାମକ ଫରେଷ୍ଟ ଅଫିସରଙ୍କ ଅପହରଣ କରିଥିଲା । ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା । ଏହାର କିଛି ଦିନ ପରେ ସେ ୨୨ ଜଣ ପୋଲିସ ଅଧିକାରୀଙ୍କ ହତ୍ୟା କରିଥିଲା । ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ଦ୍ୱାରା ସେ ଏହି ହତ୍ୟା କରିଥିଲା ।

VEERAPAN WITH RAJKUMAR

(କନ୍ନଡ ଅଭିନେତା ରାଜକୁମାରଙ୍କ ଅପହରଣ ସମୟର ଫଟୋ)

ରବିନହୁଡ୍ ବିରପ୍ପନ

ବିରପ୍ପନ ଗରିବଙ୍କୁ ସାହାଯ୍ୟ କରୁଥିଲା । ଲୋକଙ୍କ କହିବା ହେଲା ଯିଏ ଥରେ ତାକୁ ଭେଟୁଥିଲା ସେ ପ୍ରଭାବିତ ହେଉଥିଲା । ମଝିରେ ମଝିରେ ସେ ସରକାରଙ୍କୁ ଗରିବଙ୍କ କଲ୍ୟାଣ ପାଇଁ ସ୍କିମ୍ ତିଆରି କରନ୍ତୁ ବୋଲି ଦାବି କରୁଥିଲା ।

ଏମିତି ମରିଥିଲା ବିରପ୍ପନ

bijaya kumar
STF ମୁଖ୍ୟ ବିଜୟ କୁମାର,ଯିଏ ବିରପ୍ପନ କାହଣୀର ଅନ୍ତ କରିଥିଲେ

୧୮୪ ହତ୍ୟାକାଣ୍ଡରେ ସାମିଲ ଥିବା ବିରପ୍ପନ ୯୭ ଜଣ ପୋଲିସଙ୍କୁ ମଧ୍ୟ ମାରିଥିଲା । କିନ୍ତୁ ତା’ର ଅନ୍ତିମ ସଂସ୍କାରରେ ୨୦ ହଜାର ଲୋକ ସାମିଲ ହୋଇଥିଲେ । ତାମିଲନାଡୁ ଓ କର୍ଣ୍ଣାଟକ ସରକାର ବିରପ୍ପନର ମୁଣ୍ଡ ଉପରେ ୫.୫ କୋଟିର ପୁରସ୍କାର ରଖିଥିଲେ । ୨୦୦୩ରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରପ୍ପନକୁ ମାରିବା ପାଇଁ ବିଜୟ ନାମକ ପୋଲିସ ଅଧିକାରୀଙ୍କୁ ଏସଟିଏଫ୍ ମୁଖ୍ୟ କରିଥିଲେ ।୧୯୯୩ର ମିଶନ ବିରପ୍ପନରେ ବିଜୟ ସାମିଲ ଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା । ବିଜୟ କୁମାର କୋକୁନ୍ ନାମରେ ଅପରେସନ ଆରମ୍ଭ କରିଥିଲେ । ସେ ନିଜର କିଛି ସାଥିଙ୍କୁ ବିରପ୍ପନର ଗ୍ୟାଙ୍ଗରେ ସାମିଲ କରିବାରେ ସଫଳ ହୋଇଥିଲେ । ବିରପ୍ପନକୁ ସେତେବେଳେ ୫୨ ବର୍ଷ ହୋଇଥିଲା । ଡାଇବେଟିସ କାରଣରୁ ତା’ସ୍ୱାସ୍ଥ୍ୟବସ୍ଥା ଖରାପ ରହୁଥିଲା । ଅନ୍ୟପକ୍ଷରେ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିଲା । ବିରପ୍ପନ ଆଖି ଦେଖାଇବା ପାଇଁ ଯେଉଁ ଆମ୍ୱୁଲାନ୍ସରେ ଯାଉଥିଲା ତାକୁ ଏସଟିଏର ଜଣେ ଯବାନ ଚଳାଉଥିଲେ । ଆମ୍ବୁଲାନ୍ସ ପୋଲିସ ଗାଡି ପାଖରେ ପହଂଚିବା ମାତ୍ରେ ଆମ୍ୱୁଲାନ୍ସ ଚାଳକ ଗାଡି ବନ୍ଦ ସେଠାରୁ ଚାଲିଯାଇଥିଲେ । ଏହାପରେ ପୋଲିସ ଗୁଳିରେ ବିରପ୍ପନ ପ୍ରାଣ ହରାଇଥିଲା ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

Leave a Reply