spot_img

Latest Posts

ବିଧାନସଭାରେ ବନ୍ଦେ ମାତରମ ସଂକଳ୍ପ ପାରିତ, ଦୁଇପଦ ଗାନକୁ ବିରୋଧ କରି ବିରୋଧୀଙ୍କ କକ୍ଷତ୍ୟାଗ

ବିଧାନସଭାରେ ବନ୍ଦେ ମାତରମ ସଂକଳ୍ପ ପାରିତ, ଦୁଇପଦ ଗାନକୁ ବିରୋଧ କରି ବିରୋଧୀଙ୍କ କକ୍ଷତ୍ୟାଗ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ପାରିତ ହେଲା ବନ୍ଦେ ମାତରମ ସଂକଳ୍ପ । ତେବେ ପାରିତ ହେବା ପରେ ବିରୋଧୀଙ୍କ କରିଥିଲେ କକ୍ଷତ୍ୟାଗ । ବନ୍ଦେ ମାତରମର ଦୁଇପଦ ଗାନ ନେଇ ବିରୋଧ କରିଥିଲେ ବିରୋଧୀ ।

ସକାଳେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସଂକଳ୍ପ ଆଗତ କରିଥିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଲୋଚନାରେ ଭାଗ ନେଇଥିଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ଆଲୋଚନା ପରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଂକଳ୍ପ । ସଂକଳ୍ପ ନେଇ ଗୃହରେ ଆଲୋଚନା ବେଳେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସଂକଳ୍ପ ପାରିତ ହେବା ପରେ ଗୃହର ସମସ୍ତ ସଦସ୍ୟ ଏକାଠି ନିଜ ଆସନରେ ଛିଡା ହୋଇ ବନ୍ଦେ ମାତାରାମ ଗାନ କରିଥିଲେ ।

Latest Posts

Don't Miss