ଦେଶର ୧୦ଟି ସ୍ଥାନକୁ ଗଡିଲା ବନ୍ଦେ ଭାରତ, ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା

ଭୁବନେଶ୍ବର: ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା ବନ୍ଦେ ଭାରତ। ଓଡ଼ିଶା ସମେତ ଦେଶରେ ୧୦ଟି ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ବନ୍ଦେ ଭାରତ ଏକ୍ସପ୍ରେସ ସହ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

ରେଳବାଇ ଭିତ୍ତିଭୂମିର ଅଭିବୃଦ୍ଧି ଓ ଭାରତୀୟ ରେଳ ସଂଯୋଗୀକରଣ ପ୍ରକ୍ରିୟାର ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୨୭୪ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହା ଭିତରେ ରହିଛି ଭୁବନେଶ୍ବର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍ ଓ ବିଜୟନଗରମ ଠାରେ ରହିବ । ଶନିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ ।