spot_img

Latest Posts

‘ଲିପଷ୍ଟିକ୍ ଗନ୍’ରେ ମହିଳାଙ୍କ ପାଇଁ ରହିଛି ଏମିତି ସୁବିଧା

ବନାରସ: ଦିନକୁ  ଦିନ ବଢିବାରେ ଲାଗିଛି ଦୁଷ୍କର୍ମ । କଠୋର ଦଣ୍ଡ ପାଇ ବି ସୁଧୁରୁ ନାହାନ୍ତି ଅଭିଯୁକ୍ତ । ଆଉ ଏହାକୁ ଆଖି ଆଗରେ ରଖି ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଏକ ପଦକ୍ଷପ ନେଇଛନ୍ତି ବନାରସର ଯୁବକ ଶ୍ୟାମ ଚୌରାସିଆ । ସେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଗନ୍ ତିଆରି କରିଛନ୍ତି ।

ମହିଳାଙ୍କ ପ୍ରଥମ ପସନ୍ଦ ଲିପଷ୍ଟିକ୍ ହୋଇଥିବା ବେଳେ ସେ ଏହାକୁ ନେଇ ପ୍ରସ୍ତୁତ କରିଛନ୍ତି ଏକ ନୂଆ ଧରଣର ‘ଲିପଷ୍ଟିକ୍ ଗନ୍’ । ଯାହା  ଅବିକଳ ଲିପ୍‌ଷ୍ଟିକ୍‌ ଭଳି ଦେଖାଯାଉଛି। ଏହାର ନାମ ‘ସ୍ମାର୍ଟ ଆଣ୍ଟି ଟିଜିଂ ଲିପଷ୍ଟିକ୍‌ ଗନ୍‌’ ରଖାଯାଇଛି। ଶ୍ୟାମ ଚୌରାସିଆ ଏହି ‘ଗନ୍‌ ଲିପ୍‌ଷ୍ଟିକ୍‌’କୁ ନେଇ କହନ୍ତି, ଅସୁବିଧାରେ ପଡ଼ିଥିବା ମହିଳା ଯଦି ଏହି ‘ଲିପିଷ୍ଟିକ୍‌ ଗନ୍‌’କୁ ଦବାଇବେ ସେଥିରୁ ଗୁଳି ଫୁଟିବା ଭଳି ଜୋରଦାର ଶବ୍ଦ ହେବ। ଆଉ ଏହି ଶବ୍ଦ ଏକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ, ଯାହାକୁ ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଉକ୍ତ ମହିଳାଙ୍କ ସାହାଯ୍ୟ ପାଇଁ ପହଞ୍ଚିଯିବେ।

କେବଳ ସେତିକି ନୁହେଁ ଗନ ଦବାଇ ମାତ୍ରେ ୧୧୨କୁ, ତଥା ଏହି କଲ ହେଲପ ଲାଇନକୁ ପଳାଇବ । ଏଥିସହିତ ମହିଳା ଯେଉଁ ସ୍ଥାନରେ ଥିବେ ତାହାର ଲାଇଭ୍‌ ଲୋକେସନ୍‌ ବି ପୁଲିସ ଓ ପରିବାରଲୋକଙ୍କ ପାଖରେ ଯାଇ ପହଞ୍ଚିଯିବ। ଏହା ଦ୍ବାରା  ମହିଳାଙ୍କୁ ସାହାଯ୍ୟ ମିଳି ପାରିବ।

 

ସ୍ଥାନୀୟ ଅଶୋକା ଇନଷ୍ଟିଚ୍ୟୁଟରେ ପାଠପଢୁଥିବା ଶ୍ୟାମ ଚୌରାସିଆଙ୍କ କହିବାନୁସାରେ, ତାଙ୍କୁ ଏହି ‘ଲିପ୍‌ଷ୍ଟିକ୍‌ ଗନ୍‌’ ତିଆରି କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିବା ସହ ଏଥିରେ ୫୦୦ରୁ ୬୦୦ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଗନ ଯେତେ ଅଧିକ ମହିଳାଙ୍କ  ପାଖରେ ପହଞ୍ଚିବ, ସେମାନେ ଏହି ଛୋଟ ଜିନିଷକୁ ଆଧାର କରି ନିଜର ଆତ୍ମରକ୍ଷା କରି ପାରିବାର ଲକ୍ଷ ରଖାଯାଇଛି ।

Latest Posts

Don't Miss