ଫେବ୍ରୁଆରୀ ୨୮ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଜାରି ରହିବ କଟକଣା

1 min read
Suspension of international flights extended till April 30

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗି ଥିବା କଟକଣା ଫେବ୍ରୁଆରୀ ୨୮ ତାରିଖ ଯାଏ ଜାରି ରହିବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (DGCA) ଗୁରୁବାର ସୂଚନା ଦେଇଛନ୍ତି । କରୋନା ସଂକଟ ଭିତରେ ନୂଆ ଷ୍ଟ୍ରେନ୍ ବିପଦ ଓ ୟୁରୋପୀୟ ଦେଶରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନିୟମିତ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ବନ୍ଦେଭାରତ ମିଶନ ଜରିଆରେ ସୀମିତ ଉଡ଼ାଣ ହେବ ।

ଭାରତ ଅନ୍ୟ ଦେଶ ସହ ନିୟମିତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଜାରି ରଖିଛି । ଅନ୍ୟପଟେ ଘରୋଇ ବିମାନ ଉଡ଼ାଣ ସଂଖ୍ୟାରେ ଲଗାତାର ବୃଦ୍ଧି ଘଟୁଛି । ପୂର୍ବାପେକ୍ଷା ଘରୋଇ ଉଡ଼ାଣ ୭୦ରୁ ବୃଦ୍ଧି କରାଯାଇ ୮୦ ପ୍ରତିଶତ କରାଯାଇଛି । ମେ ୨୫ରେ ଘରୋଇ ବିମାନ ଚଳାଚଳ ୩୦ ହଜାର ଯାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା । ୨୦୨୦ ନଭେମ୍ବର ୩୦ରେ ଯାତ୍ରୀଙ୍କ ସଂଖ୍ୟା ୨.୫୨ ଲକ୍ଷ ଛୁଇଁଥିଲା ।

Leave a Reply