ଓମିକ୍ରନ୍ ଆଣିପାରେ ତୃତୀୟ ପ୍ରବାହ, ନିର୍ବାଚନ ରାଲିରେ ଭିଡ଼ ରୋକିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିବେଦନ

Ban Election Rallies In Uttar Pradesh High Court Urges

ଲକ୍ଷ୍ନୌ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆଣିପାରେ ତୃତୀୟ ଲହର । ଓମିକ୍ରନ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଗୁରୁବାର ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦି ଓ ନିର୍ବାଚନ ଆୟୋଗଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଘୁଞ୍ଚାଇବା ସହ ରାଲି ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଅପିଲ୍ କରିଛନ୍ତି ।

କୋର୍ଟ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ଟିଭି ଓ ସମ୍ବାଦପତ୍ରରେ ପ୍ରଚାର କରିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କୋର୍ଟ କହିଛନ୍ତି, ଦଳ ଗୁଡ଼ିକର ନିର୍ବାଚନ ସଭା ଓ ରାଲିକୁ ବନ୍ଦ ପାଇଁ କଡ଼ା ପଦକ୍ଷେପ ନିଆଯାଉ । ବିଚାରପତି ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିର୍ବାଚନ ଘୁଞ୍ଚାଇବା ଉପରେ ବିଚାର କରନ୍ତୁ । କାରଣ ଜାନ ହୈ ତ, ଜହାନ ହୈ ।

ଦୈନିକ ସମ୍ବାଦପତ୍ର ଅନୁସାରେ ୨୪ ଘଣ୍ଟାରେ ୬ ହଜାର ନୂଆ ମାମଲା ଆସିଥିବା ବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି କୋର୍ଟ । ପ୍ରତିଦିନ ଏହି ସଂକ୍ରମଣ ବଢ଼ିବାରେ ଲାଗିଛି । ମହାମାରୀକୁ ଦେଖି ଚୀନ, ନେଦରଲାଣ୍ଡ, ଆର୍ୟଲାଣ୍ଡ, ଜର୍ମାନୀ, ସ୍କଟଲାଣ୍ଡ ଭଳି ଦେଶ ଲକଡାଉନ୍ ଲାଗୁ କରିଛନ୍ତି ।

Leave a Reply