ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ପାଳିତ ହେଲା ବିଜେଡିର ପ୍ରତିଷ୍ଠା ଦିବସ

ଖୋର୍ଦ୍ଧା: ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ  ୨୭ତମ ପ୍ରତିଷ୍ଠା ଦିବସ ପାଳିତ। ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ  ମଙ୍ଗରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୋଜନା କରିଛନ୍ତି ଏଥିରୁ କେହି ବି ଯେମିତି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସାଂସଦ ମାନସ ମଙ୍ଗରାଜ ଆହ୍ବାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ସହିତ ଷଷ୍ଠ ଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସମସ୍ତ ସ୍ତରରେ ଉଦ୍ୟମ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ , ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉତ୍କଳ ପାଇକରା, ମାନସ କୁମାର ପ୍ରଧାନ, ମନୋଜ ପ୍ରଧାନ, ଦେବେନ୍ଦ୍ର ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇଥିଲେ । ପ୍ରତିଷ୍ଠା ଦିବସରେ ହଜାର ହଜାର ବିଜୁଜନତା ଦଳ କର୍ମୀ  ଉପସ୍ଥିତ ଥିଲେ ।