spot_img

Latest Posts

ପୁଣି ରକ୍ତମୁଖା ବଲୁଚ ବିଦ୍ରୋହୀ, ପାକିସ୍ତାନ ଆର୍ମି ଉପରେ ଜୋରଦାର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ ;  ପୁଣି ରକ୍ତମୁଖା ବଲୁଚ ବିଦ୍ରୋହୀ। ପାକିସ୍ତାନ ଆର୍ମି ଉପରେ କରିଛନ୍ତି ଜୋରଦାର ହମଲା। ଏହି ହମଲାରେ କେତେକ ପାକ୍ ସୈନିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ବଲୁଚିସ୍ତାନର ମାଙ୍ଗୋଚାର ସିଟିରେ ଯାଉଥିବା ପାକିସ୍ତାନୀ ଆର୍ମ କନଭୟ ଉପରେ ହୋଇଥିଲା ହମଲା। ବଲୁଚ ବିଦ୍ରୋହୀମାନେ ଏହି ହମଲାରେ ବୋମା ବ୍ୟବହୃତ କରିଥିଲେ। ଏହି ହମଲା ଲାଗି ନିଜକୁ ଦାୟୀ କରିଛି ବଲୁଚିସ୍ତାନ ଲିବରେସନ ଆର୍ମି। ବାଲୁଚ ସାମ୍ବାଦିକ ଅବଦୁଲ ଲତିଫଙ୍କ ହତ୍ୟା ପ୍ରତିବାଦରେ ଏହି ହମଲା କରାଯାଇଛି ବୋଲି ବିଏଲଏ କହିଛି। ପାକିସ୍ତାନୀ ଆର୍ମି ଲତିଫ ବାଲୁଚଙ୍କୁ ତାଙ୍କ ଘରେ ହତ୍ୟା କରିଥିବା ଅଭିଯୋଗ କରିଥିଲା ବିଏଲଏ। ପତ୍ନୀ ଓ ସନ୍ତାନଙ୍କ ସମ୍ମୁଖରେ ଲତିଫଙ୍କୁ ହତ୍ୟା କରାଯାଇଥିଲା।

Latest Posts

Don't Miss