ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ବାଲାଟ ବକ୍ସ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ଭୁବନେଶ୍ୱରରେ ପହଞ୍ଚିଛି । ସହକାରୀ ରିଟର୍ଣ୍ଣ ଅଫିସର ଓ ନିର୍ବାଚନ ଅଧିକାରୀ ଦିଲ୍ଲୀ ଯାଇ ଏହି ନିର୍ବାଚନ ସାମଗ୍ରୀ ଆଣି ଆସିଛନ୍ତି । କଡା ସୁରକ୍ଷା ବଳୟରେ ଏହି ସମାଗ୍ରୀ ସବୁକୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିଧାନସଭା ନିଆଯାଇଛି । ତେବେ ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

ଓଡିଶା  ବିଧାନସଭା ସଚିବାଳର ପ୍ରଥମ ମହଲାର ରୁମ୍ ନଂ ୫୪ରେ ଭୋଟ ଗ୍ରହଣ ୧୮ ତାରିଖରେ ହେବ  । ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ  । ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭା ସଚିବାଳୟକୁ ବାଲାଟ ବକ୍ସ ଅନ୍ୟ ନିର୍ବାଚନ ସାମଗ୍ରୀ ପଠାଯାଇଛି  । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡିଶାର ଝିଅ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  ।