ଗୋପାଳପୁର ସମୁଦ୍ରରେ ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ବେଲୁନ୍ ବୋଟ୍

ବ୍ରହ୍ମପୁର: ଗୋପାଳପୁର ସମୁଦ୍ରରେ ଅଘଟଣ । ସମୁଦ୍ର ଭିତରୁ ଫେରୁଥିବା ବେଳେ ଓଲଟିଲା ପର୍ଯ୍ୟଟକଙ୍କ ବୋଟ୍ । ଆଜି ପର୍ଯ୍ୟଟକଙ୍କୁ ନେଇ ସମୁଦ୍ର ଭିତରକୁ ଯାଇଥିବା ଘରୋଇ ସଂସ୍ଥାର ବେଲୁନ୍ ବୋଟ୍ ଫେରିବା ବେଳେ ଓଲଟି ପଡ଼ିଥିଲା । ସମୁଦ୍ର କୂଳରୁ ପ୍ରାୟ ୬୦ରୁ ୭୦ ମିଟର ଦୂରରେ କୌଣସି କାରଣରୁ ବୋଟଟି ଓଲଟି ପଡ଼ିଥିଲା । ଫଳରେ ବୋଟରେ ଥିବା ୨ ଜଣ ବୃଦ୍ଧ ଦମ୍ପତିଙ୍କ ସହ ୩ ଯୁବକ, ୨ ଜଣ ଯୁବତୀ ବୁଡ଼ି ଯାଇଥିଲେ ।
ବୋଟ୍ ବୁଡ଼ିବାର ୧୦ ମିନିଟ୍ ମଧ୍ୟରେ ସୁରକ୍ଷା ଟିମ୍ ଖବର ପାଇ ଅନ୍ୟ ୨ଟି ବୋଟ୍ ସାହାଯ୍ୟରେ ସମୁଦ୍ର ଭିତରୁ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।