ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ: ୨ବର୍ଷର ପ୍ରତୀକ୍ଷାର ଅନ୍ତ । ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ମହାମେଳା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଉତ୍ସାହିତ ଦର୍ଶକ ଓ ବ୍ୟବସାୟୀ ।

ଚକ୍ରି ପ୍ରସ୍ତୁତ। ଠୁଙ୍କା ପୁରୀ ରେଡ୍ଡି । ନାନା ରକମର ସାମଗ୍ରୀ । ମେଲିସାରିଛି ବାଣିଜ୍ୟ ପସରା । ଅପେକ୍ଷାର ଅନ୍ତ, ଉତ୍ସାହର ଆଗମନ । ୨ବର୍ଷର କୋଭିଡ କଟକଣା ପରେ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଲୋକାରଣ୍ୟ ମହାନଦୀର ବିସ୍ତୀନ୍ନ ବାଲୁକା ଶଯ୍ୟା । ୯ଦିନ ଧରି ଚାଲିବ ଗୌରବମୟ ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆନୁଷ୍ଠାନିକ ଭାବେ ବାଲିଯାତ୍ରାରର ଉଦଘାଟନ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଐତିହାସିକ ଯାତ୍ରାର ହୋଇଛି ଶୁଭାରମ୍ଭ ।

ଚଳିତବର୍ଷ ଉପର ଏବଂ ତଳ ବାଲିଯାତ୍ରା ପଡିଆରେ ୧୭ ଶହ ଷ୍ଟଲ ବସିଛି । ମୁଖ୍ୟ ଆକର୍ଷଣ ସାଜିଛି ଦୋଳି, ମୀନା ବଜାର ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ପଲ୍ଲୀଶ୍ରୀ ମେଳାର ୪୫୯ ଷ୍ଟଲରେ ୧ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଭଲ ବ୍ୟବସାୟ ହେବାନେଇ ସମସ୍ତେ ଆଶାବାଦୀ । ଅଧିକ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିଛି ।