ବାଳିକା ବଧୁର “ଦାଦିସା”ଙ୍କ ୭୫ ବର୍ଷ ବୟସରେ ପରଲୋକ, ହାତେଇଛନ୍ତି ଜାତୀୟ ସମ୍ମାନ ସହ ଅନେକ ପ୍ରଶଂସା

ନୂଆଦିଲ୍ଲୀ: ଆଉ ନାହାନ୍ତି ପ୍ରଶିଦ୍ଧ ସିରିଏଲ କଳାକାର ସୁରେଖା ସିକରି। ୭୫ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ଶୁକ୍ରବାର ହାର୍ଟ ଆଟାକା କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ହାତେଇଛନ୍ତି ଅନେକ ପ୍ରଶଂସା। କଳାକାର ଜଗତରେ ସୁରେଖା ହେଉଛନ୍ତି ଚମକୁଥିବା ନକ୍ଷତ୍ର। ଷ୍ଟାରପ୍ଲସ୍‌ ଠାରୁ ଆରମ୍ଭ କରି କଲସର ଟିଭିରେ ଅନକେ ବଡ଼ ବଡ଼ ସିରିଏଲରେ ସେ ଅଭିନୟ କରି ଜିତିଛନ୍ତି ଦର୍ଶକଙ୍କର ମନ। କଲସରେ ଦେଉଥିବା ବାଳିକା ବଧୂରେ ଦାଦିସା ଅଭିନୟ କରି ହାତେଇଥିଲେ କୋଟି କୋଟି ପ୍ରଶଂସା। ୨୦୨୦ ରେ ସୁରେଖାଙ୍କୁ ଦ୍ୱିତୀୟ ଥର ପାଇଁ ବ୍ରେନ୍‌ ଷ୍ଟ୍ରୋକ ଆସିଥିଲା। ସେବେଠାରୁ ତାଙ୍କର ଦେହ ଅଧିକରୁ ଅଧିକ ଖରାପ ହୋଇଚାଲିଥିଲା।

ତିନି ତିନିଥର ଜାତୀୟ ପୁରସ୍କାର ହାତେଇଛନ୍ତି ସୁରେଖା ସିକରି। ସେପଟେ ସୁରେଖାଙ୍କ ମୃତ୍ୟୁ କାରଣରୁ ବଲିଉଡ ଏବଂ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। ସୁରେଖା ସିକରିଙ୍କ ମୃତ୍ୟୁକୁ ନେଇ ସେଲିବ୍ରିଟିମାନେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କ ସମେତ ସେଲିବ୍ରିଟମାନେ ସୁରେଖା ସିକରିଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବାଳିକା ବଧୂରେ ସୁରେଖା ସିକରି ଦାଦିସା ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକାରେ ସୁରେଖାଙ୍କୁ ବହୁତ ପସନ୍ଦ କରାଯାଇଥିଲେ।

ଥିଏଟର, ଚଳଚ୍ଚିତ୍ର ଏବଂ ଟିଭିରେ ସୁରେଖା ଅନେକ କାମ କରିଛନ୍ତି । ୧୯୭୮ ମସିହାରେ ସୁରେଖା ରାଜନୈତିକ ଡ୍ରାମା ଚଳଚ୍ଚିତ୍ର “କିସା କୁର୍ସି କା” ରୁ କ୍ୟାରିୟର ଆରମ୍ଭ କରିଥିଲେ।  ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ସୁରେଖା ଜାତୀୟ ପୁରସ୍କାର ପାଇଥିଲେ। ସେ ତମେସ (୧୯୮୮), ମମୋ (୧୯୯୫) ଏବଂ ବଧାଇ ହୋ (୨୦୧୮) ଚଳଚ୍ଚିତ୍ର ପାଇଁ ଏହି ସମ୍ମାନ ମିଳିଥିଲା। ଜାତୀୟ ପୁରସ୍କାର ବ୍ୟତୀତ ସୁରେଖା ଫିଲ୍ମଫେୟାର ଆଓ୍ୱାଡ, ସ୍କ୍ରିନ ଆୱାର୍ଡ ଏବଂ ଭାରତୀୟ ଟେଲିଭିଜନ ଏକାଡେମୀ ପୁରସ୍କାର ଜିତିଛନ୍ତି।

Leave a Reply