ରୋଜଗାରର ଦେଉଛି ଆମ୍ବ ଟାକୁଆ: କୋଇଲି କାଢ଼ି ହୋଇଛନ୍ତି ରୋଜଗାରକ୍ଷମ

ବାଲିଗୁଡ଼ା: ସଂକ୍ରମଣକୁ ରୋକିବା ପାଇଁ ସହରଠୁ ଗାଁ ସବୁଠି ପଡ଼ିଛି ତାଲା । ଏହାରି ଭିତରେ କାମ ନପାଇ ଭୋକରେ ଦିନ କାଟୁଛନ୍ତି ଗରିବ ଶ୍ରେଣୀର ଲୋକେ । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଦଣ୍ଡିମାହାରେ ରୋଜଗାର ଦେଖାଇଛି ଆମ୍ବ ଟାକୁଆ । ଆମ୍ବ ଟାକୁଆରୁ କୋଇଲି କାଢ଼ି ରୋଜଗାରକ୍ଷମ ହୋଇଛନ୍ତି ୧୦ରୁ ୧୫ଜଣ ଲୋକ ।

କରୋନା କେବଳ ଜୀବନ ନେଉନି ବଂର ଜୀବିକା ଛଡ଼ାଇ ନେଉଛି । ସଂକ୍ରମଣକୁ ରୋକିବା ପାଇଁ ଗାଁଠୁ ସହର ସବୁଠି ପଡ଼ିଛି ତାଲା । ଏହାରି ଭିତରେ ଭୋକ ସହ ଲଢେଇ କରୁଛନ୍ତି ଗରିବ ଶ୍ରେଣୀର ଲୋକ । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଦଣ୍ଡିମାହାରେ ରୋଜାଗର ଦେଖାଇଛି ଆମ୍ବ ଟାକୁଆ । ଗାଁର ଲକ୍ଷଣ ବିନ୍ଧାଣୀ ଆମ୍ବ ଟାକୁଆରୁ କୋଇଲି ବାହାର କରି ନିଜେ ରୋଜଗାରକ୍ଷମ ହୋଇଛନ୍ତି । ଏହାସହ ୧୫ ରୁ ୨୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଲକ୍ଷଣ । କାମ ନପାଇ ଦୁଃଖରେ ଥିବା ମହିଳାମାନେ ଏଥିରେ ନିୟୋଜିତ ହୋଇ ବେଶ ଖୁସି ଅଛନ୍ତି ।ଜିଲ୍ଲାରେ ଚଳିତ ବର୍ଷ ପ୍ରଚୁର ଆମ୍ବ ଅମଳ ହୋଇଥିବାରୁ ଏଭଳି ବୁଦ୍ଧି ଖଟାଇଛନ୍ତି ଲକ୍ଷଣ । ବାହାର ରାଜ୍ୟରେ କୋଇଲିର ବେଶ ଚାହିଦା ରହିଛି । ଏଥିପାଇଁ ଆଖପାଖ ଅଞ୍ଚଳରୁ ଆମ୍ବ ଟାକୁଆ ସଂଗ୍ରହ କରି ସେଥିରୁ କୋଇଲି ବାହାର କରୁଛନ୍ତି ଲକ୍ଷଣ । ନିଜେ ଏଥିରେ ନିୟୋଜିତ ହେବା ସହ ଏମାନଙ୍କୁ ବି ଦେଇଛନ୍ତି ରୋଜଗାର । ତେବେ ଏଭଳି ସଂକଟ ସମୟରେ ଲକ୍ଷଣଙ୍କ ଏଭଳି ପ୍ରୟାସ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି । ମହାମାରୀରେ କାମ ନପାଇ ଅନେକ ଗରିବ ଶ୍ରେଣୀର ଲୋକ ଭୋକ ସହ ଲଢେଇ କରୁଛନ୍ତି । ଏଭଳି ପରିସ୍ଥିତିରେ ଲକ୍ଷଣଙ୍କ ଏହି କାର୍ଯ୍ୟ ଏମାନଙ୍କ ପେଟରେ ଦାନା ଯୋଗାଇ ପାରିଛି

Leave a Reply