spot_img

Latest Posts

ବାଲିଅନ୍ତା ସୌମ୍ୟ ରଞ୍ଜନ ଭିଡ଼ ହତ୍ୟା ମାମଲା: ସମସ୍ତ ଅଭିଯୁକ୍ତ ଚିହ୍ନଟ , କହିଲେ କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ଭିଡ଼ ହତ୍ୟା ମାମଲା । ପ୍ରଥମଥର ପାଇଁ ତଦନ୍ତକୁ ନେଇ ମୁହଁ ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି । ଭିଡ଼ ହିଂସାରେ ଜଡ଼ିତ ସମସ୍ତ ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି । କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସମସ୍ତଙ୍କୁ ଗିରଫ କରାଯିବ । ଭିଡିଓ ଫୁଟେଜ, ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍ ଚଢାଉ ଜାରି ରଖିଛି । ଗୁଇନ୍ଦା ଆଧାରରେ ମଧ୍ୟ ଅଭିଯୁକ୍ତଙ୍କ ବିଷୟରେ ସମସ୍ତ ଖବର ନିଆଯାଉଛି । ପରିବାର ଲୋକ କଣ ଅଭିଯୋଗ କରୁଛନ୍ତି ସେ ବିଷୟରେ କ୍ରାଇମବ୍ରାଞ୍ଚ ନିକଟରେ କୌଣସି ଖବର ନାହିଁ । ତଦନ୍ତକୁ ନେଇ କୌଣସି ପ୍ରଶ୍ନ ବି ଉଠିବା ସମ୍ଭବ ନୁହେଁ । ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରୁ ତଦନ୍ତ ଚାଲିଛି । ଦାୟିତ୍ୱରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ବିରୋଧରେ ପ୍ରମାଣ ମିଳିବ, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Latest Posts

Don't Miss