ବାଲେଶ୍ଵର : ବାଲେଶ୍ଵରରେ ଠପ୍ ରୋଗୀସେବା। ମେଡିସିନ୍ ଆଇସିୟୁ ମଧ୍ୟ ଆଜି ଅସ୍ଥାୟୀ ରୂପେ ବନ୍ଦ ରହିଛି।ରୋଗୀମାନଙ୍କ ସେବାରେ ବ୍ୟାଘାତ ହେଉଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଶନିବାର ଓ ରବିବାରରେ କୌଣସି ରୋଗୀଙ୍କୁ ମେଡିସିନ୍ ଆଇସିୟୁ ପ୍ରବେଶ ଦିଆଯାଇନାହିଁ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶକ୍ରମେ ମେଡିସିନ୍ ଆଇସିୟୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ସଂକ୍ରମିତ ହେଉଥିବାରୁ ନିୟମିତ ପ୍ରକ୍ରିୟାରେ ସଂକ୍ରମଣ ରୋକିବା ପାଇଁ ଏହାକୁ ବିଶୋଧନ କରାଯାଉଛି। ଜରୁରୀକାଳୀ ସ୍ଥିତିରେ ରୋଗୀଙ୍କୁ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ନିର୍ଦ୍ଦେଶକୁ ସାର୍ବଜନୀନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

