ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ୪ ଗିରଫ, ବିଦେଶୀ ଏଜେଣ୍ଟକୁ ଦେଉଥିଲେ ଗୋପନ ତଥ୍ୟ

Balasore Police Arrested 4 Contractual Employee Of DRDO Chandipur

ବାଲେଶ୍ୱର: ନିରାପତ୍ତା, ସାର୍ବଭୌମତ୍ବ ପ୍ରତି ପୁଣି ବଡ଼ ଚାଲେଞ୍ଜ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୪ ଜଣ ଠିକା କର୍ମଚାରୀ । ବିଦେଶୀ ଏଜେଣ୍ଟଙ୍କ ସହ ଆଇଏସଡି ଫୋନ ନମ୍ବର ଜରିଆରେ ନିୟମିତ ଯୋଗସୂତ୍ରରେ ଥାଇ ତଥ୍ୟ ଯୋଗାଉଥିବା ଅଭିଯୋଗ କ୍ରମେ ସେମାନଙ୍କୁ ଗିରଫ କରାଯାଇଛି । ଦେଶର ପ୍ରତିରକ୍ଷା ସମ୍ପର୍କରେ ବିଭିନ୍ନ ଗୋପନ ତଥ୍ୟ ଦେଇ ସେମାନେ ପାଉଥିଲେ ପ୍ରଚୁର ଅର୍ଥ । ସେମାନଙ୍କ ନିକଟରୁ ବିଭିନ୍ନ ବେଆଇନ ସାମଗ୍ରୀ ଜବତ ହୋଇଛି ।

Balasore Police Arrested 4 Contractual Employee Of DRDO Chandipur

ସେମାନଙ୍କ କାର୍ଯ୍ୟକଳାପ ନେଇ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭିତରୁ ୪ ଜଣ ଠିକା କର୍ମଚାରୀଙ୍କୁ ପ୍ରଥମେ ଅଟକ ରଖି ପ୍ରଥମେ ପଚରା ଉଚରା କରିଥିଲା ପୋଲିସ । ପରେ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶ କ୍ରମେ ୪ ଜଣଙ୍କୁ ଗିରଫ କରାଯାଇଛି । ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ସନ୍ଦିଗ୍ଧଙ୍କ ଘର ଚାନ୍ଦିପୁର ଅଞ୍ଚଳରେ । ଗତକାଲି ରାତିରେ ଠିକା କର୍ମଚାରୀଙ୍କୁ ସନ୍ଦେହ କରି ଘରୁ ଉଠାଇ ଆଣିଥିଲା ପୋଲିସ । ସେମାନଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୧୨୧ଏ, ୩୪ ସମତେ ଅଫିସିଆଲ ସିକ୍ରେଟ ଆକ୍ଟର ଧାରା ୩,୪,୫ ଧାରାରେ ମାମଲା ରୁଜୁ କରାଯାଇଛି ।

Leave a Reply